ଭେଡେନ ବ୍ଲକରେ ବାଲ୍ୟବିବାହ ନିଷିଦ୍ଧ"ଟାସ୍କଫୋର୍ସ କମିଟି"ର ନିଷ୍ପତ୍ତି
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକରେ ବାଲ୍ୟବିବାହର "ଟାସ୍କ ଫୋର୍ସ କମିଟି"ର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ଭେଡେନ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ଆଶୁକବି ମୁରଲୀଧର ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଭେଡେନ ସିଡିପିଓ ଝୁନୁକୁମାରୀ ଦାସ ସ୍ଵାଗତ ଭାଷଣ ଦେଇଥିଲେ।ଏଥିରେ ଅନ୍ଧବିଶ୍ୱାସ, ସାମାଜିକ ଓ ପାରମ୍ପରିକ ଚଳଣି ର ବଶବର୍ତ୍ତୀ ନ ହୋଇ ଝିଅ ମାନଙ୍କୁ ୧୮ବର୍ଷ ଓ ପୁଅମାନଙ୍କୁ ୨୧ ବର୍ଷ ବୟସରେ ବିବାହ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିବା ସହ ଏହାଠାରୁ ଯଦି କମ ବୟସରେ ବିବାହ କଲେ ସରକାରୀ ଅଧିନିୟମ ୨୦୦୬ ଅନୁସାରେ ଏକ ଦଣ୍ଡନୀୟ ଅପରାଧ ଅଟେ ବୋଲି କହିଥିଲେ। ଏନେଇ ବ୍ଲକର ପ୍ରତିଟି ପଞ୍ଚାୟତରେ "ଟାସ୍କ ଫୋର୍ସ କମିଟି" ଗଠନ କରାଯାଇଛି। ଯାହା ଏହି କମିଟି ସହାୟତାରେ ଶିଶୁ ଅଧିକାର,ବାଲ୍ୟ ବିବାହ,ଶିଶୁ ଚାଲାଣ,ଶିଶୁ ଶ୍ରମିକ,ଶିଶୁ ଅଧିକାର ଉପରେ କୌଣସି ଅଭିଯୋଗ ଆସିଲେ ତାହା ପଞ୍ଚାୟତ ସ୍ତରରେ ସମାଧାନ କରାହେବ ନ ହେଲେ ବ୍ଲକ କମିଟି ପକ୍ଷରୁ ସମାଧାନ କରଯିବ ବୋଲି ଜଣାପଡିଛି ।ଏହି କମିଟି ଗଠନର ଉଦ୍ଦେଶ୍ୟ ବାଲ୍ୟ ବିବାହକୁ ବିରୋଧ କରିବା ଓ ଜନ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଏଥିରେ ଭେଡେନ ବ୍ଲକ ଉପାଧ୍ୟକ୍ଷା ସୁପ୍ରଭା ପଧାନ, ଭେଡେନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡା ରୋଜି ପ୍ରଧାନ,କର୍ମଚାରୀ ବିହାରୀ ବାରିକ,ବ୍ଲକ ଗୋଷ୍ଠି ଅତିରିକ୍ତ ଶିକ୍ଷା ଅଧିକାରୀ ହେମବତୀ ମେହେର, ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ବିନାୟକ ଦୁଆରୀ ପ୍ରମୁଖ ଉପସ୍ଥିତ ଥିଲେ।ପରିଶେଷରେ ମିଶନ ଶକ୍ତି ସଂଯୋଜକ ଅନୀତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.... ୧୨/୧୧/୨୦ ୧.୨୦