ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ ସହାୟତା କରିବା ପାଇଁ ନିବେଦନ
ଡେଲାଙ୍ଗ ------ଡେଲାଙ୍ଗ ଥାନା ଅନ୍ତର୍ଗତ ମଣିଜିପୁର ଗ୍ରାମର ଗଜେନ୍ଦ୍ର ପ୍ରଧାନ ଏକ ସଡକ ଦୁର୍ଘଟଣାରେ ଆଜକୁ ଆଠ ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସ୍ତ୍ରୀ ବର୍ଷକତଳେ ମୃତ୍ୟୁ ବରଣ କରିଥିଲେ । ଗଜେନ୍ଦ୍ରଙ୍କ ଏକମାତ୍ର ପୁଅ ଗୋବିନ୍ଦ୍ର ପ୍ରଧାନ (୨୦) । ବାପା ରୋଜଗାର କରିଲେ ବାପ, ପୁଅ ଚଳୁଥିଲେ । ଏବେ ବାପା ମୃତ୍ୟୁ ବରଣ କରିବା ପରେ ଗୋବିନ୍ଦ୍ର କିପରି ଚଳିବ ସେ କଥା ଚିନ୍ତା ନାହିଁ । ବାପାର ଶୁଦ୍ଧକିୟା କିପରି କରିବ, ଭାଇସାହି ମାନଙ୍କ ପାଖରେ କିପରି ଠିଆ ହେବ ସେ ଚିନ୍ତାରେ ଗୋବିନ୍ଦ ଭାଙ୍ଗି ପଡିଛନ୍ତି । ଏହି ଖବର ପାଇ ଡେଲାଙ୍ଗରେ ଗଡି ଉଠିଥିବା ରୟାଲ ଡେଲାଙ୍ଗ-୨୨୨ ଅନୁଷ୍ଠାନର ସଭାପତି ସମୟ ରଞ୍ଜନ ବିଶ୍ୱାଳ ତାଙ୍କର ସାଥୀ ମାନେ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ଗୋବିନ୍ଦ୍ରଙ୍କ ବାପାଙ୍କର ଶୁଦ୍ଧକିୟାରେ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ବିଶ୍ୱାଳ ନିବେଦନ କରିଛନ୍ତି । ଏଅନ୍ୟ ମାନଙ୍କ ମଧ୍ୟରେ ଶଶୀକାନ୍ତ ବିଶ୍ୱାଳ, ଓ ବବୁଲ ସାହୁ ଉପସ୍ତିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି , ୧୭/୧୧/୨୦୨୦---୮,୨୫