Breaking News

ସାକ୍ଷୀଗୋପାଳ ରେଳ ଷ୍ଟେସନ ଉପର ଚକଚକିଆ ଭିତର ପମ୍ପା; ପ୍ଳାଟଫର୍ମ ଗୁଡିକ ଜଙ୍ଗଲରେ ପରିପୂର୍ଣ୍ଣ


 ସାକ୍ଷୀଗୋପାଳ ------  ବିଶ୍ୱରେ ମହାମାରୀ କରୋନା ଯୋଗୁ ରେଳ ବିଭାଗ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରିଦେଲେ । ଯାହା ଫଳରେକି ରେଳ ଷ୍ଟେସନକୁ ଲୋକ ମାନଙ୍କର ଯିବା ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇଗଲା । ଏହା ମଧ୍ୟରେ ପ୍ରାୟ ଆଠ ମାସ ଚାଲିଗଲା । ସାକ୍ଷୀଗୋପାଳ ରେଳ ଷ୍ଟେସନ ପୁରୀ- ଖୋର୍ଦ୍ଧାରୋଡ ମଧ୍ୟରେ ଅନ୍ୟତମ । ଏଠାରେ ଗହଳି ରହିଥାଏ । ଏଠାରେ ଅଧିକାଂଶ ଦ୍ରୁତଗାମୀ ଟ୍ରେନ ଅଟକି ରହିଥାଏ । ଏବେ ସାକ୍ଷୀଗୋପାଳ ରେଳ ଷ୍ଟେସନ ଉପର ଚକଚକିଆ ଭିତର ସମ୍ପୁର୍ଣ ପମ୍ପା ହୋଇଯାଇଛି ବୋଲି ଜନସାଧାରଣ କହନ୍ତି । ରେଳ ବିଭାଗ ପକ୍ଷରୁ  ପୁରୀରୁ କେତେକ ଦ୍ରୁତଗାମୀ ଟ୍ରେନ ଚଳାଚଳ କରୁଛି । ମାତ୍ର ସାକ୍ଷୀଗୋପାଳରେଳ ଷ୍ଟେସନର ପ୍ଳାଟଫର୍ମ ଏବେ ସରୀସୃପ ମାନଙ୍କର ବାସସ୍ଥଳୀ ହୋଇ ପଡିଛି ।  ବିଶେଷ କରି ୧ ନଂ ପ୍ଳାଟଫର୍ମ ଉପରେ ଷ୍ଟେସନ ମାଷ୍ଟରର କାର୍ଯ୍ୟାଳୟ, ବୁକିଙ୍ଗି କାଉଣ୍ଟର, ବିଶ୍ରାମଗାର, ଜିଆରପି ଫାଣ୍ଡି ରହିଛି । ଏହି ପ୍ଳାଟଫର୍ମ ଟି ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ । କାରଣ କୁଡକୁଡ ଅଳିଆ ଗଦା ହୋଇଥିବା ବେଳେ ଅନାବନା ଜଙ୍ଗଲି ଲତାଗଛରେ ପରିପୂର୍ଣ୍ଣ ହୋଇପଡିଛି । ସୁଚନା ଅନୁଯାୟୀ ରେଳ ବିଭାଗ ସଫେଇ କରିବା ପାଇଁ ବେସରକାରୀ ସଂସ୍ଥା ମାନଙ୍କୁ ଦାୟତ୍ୱ ଦେଇଛନ୍ତି । ମାତ୍ର ସାକ୍ଷୀଗୋପାଳ ରେଳ ଷ୍ଟେସନ ଆଠ ମାସ ହେବ ସଫେଇ ହୋଇ ନାହିଁ । ସେହିପରି ଫନି ବାତ୍ୟାରେ ପ୍ଳାଟଫର୍ମର କିଛି ଅଂଶ ପାଚେରୀ ଓଲଟି ପଡିଥିଲା । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଭଲ ଥିବା ପାଚେରୀକୁ ଭାଙ୍ଗି ସେହି ପୁରାଣା ଇଟାକୁ ବ୍ୟବହାର କରି ନୂତନ ପାଚେରୀ କାମ କରାଯାଇଛି ବୋଲି ରେଳ ବିଭାଗର କର୍ମଚାରୀ ମାନେ ଅଭିଯୋଗ କରନ୍ତି । ଉକ୍ତ କାମ କରୁଥିବା ଠିକାଦାର ନିମ୍ନ ମାନର ପାଚେରୀ କାମ ଅଧା କରି ଇଟା , ବାଲି ପ୍ଳାଟଫର୍ମ ଉପରେ ଗଦାଇ ରଖିଥିବା ଜଣାପଡିଛି । ଭିଜିଲାନ୍ସ ଦ୍ୱରା ଉକ୍ତ ପାଚେରୀ ଭାଙ୍ଗି ପୋତା ଯାଇଥିବା ଇଟା ଦେଖିଲେ ଉକ୍ତ ନିର୍ବାହୀଯନ୍ତ୍ରୀଙ୍କର କାରନାମା ସବୁ ପଦାରେ ପଡି ପାରିବ ବୋଲି କେତେକ ରେଳ କର୍ମଚାରୀ ସେମାନଙ୍କ ନାମ ଗୋପନ ରଖି ଏହା ପ୍ରକାଶ କରିଛନ୍ତି । ସେହିପରି ସାକ୍ଷୀଗୋପାଳ ରେଳ ଷ୍ଟେସନକୁ ଆସିବା ରାସ୍ତାର ଉଭୟ ପାଶ୍ୱର୍ ଏବେ ଅନାବନା ଜଙ୍ଗଲରେ ପରିପୂର୍ଣ୍ଣ ହୋଇଯାଇଛି । ଲୋକମାନେ ଆଡେଇକି ଆସିଲା ପରି ଆସୁଛନ୍ତି ।  କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ କେତେଦୂର ସଫଳ ରେଳ ଅଧିକାରୀ , ରେଳ ବିଭାଗର ସଫେଇ ଦାୟତ୍ୱରେ ଥିବା ଅଧିକାରୀ ମାନେ ଆସି ଦେଖିଯିବା ପାଇଁ ସାକ୍ଷୀଗୋପାଳ ରେଳ ଷ୍ଟେସନର ଉନ୍ନୟନ ସଂଗଠନ, ରେଳ ଉପଭୋକ୍ତା ସଂଗଠନ, ସାକ୍ଷୀଗୋପାଳ ବରିଷ୍ଠ ନାଗରିକ କମିଟିର ସଦସ୍ୟ ମାନେ ଦାବି କରିଛନ୍ତି ।  ଏହା ସହିତ ସାକ୍ଷୀଗୋପାଳ ରେଳ ଷ୍ଟେସନର ତିନୋଟି ଯାକ ରେଳ ପ୍ଳାଟଫର୍ମ ଗୁଡିକ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ କରିବା ପାଇଁ ଜନସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୦----୮,୩୫

Blog Archive

Popular Posts