ସମନ୍ନିତ ବତକ ଚାଷ ସହିତ ମତ୍ସ୍ୟ ଚାଷ ସମ୍ପକୀୟ କର୍ମଶାଳ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାରେ ମତ୍ସ୍ୟ ଚାଷ ଉତ୍ପାଦନର ବିକାଶ ନିମନ୍ତେ ମାଛ ଚାଷ ସହିତ ବତକ ପାଳନ କରିବାକୁ ମତ୍ସ୍ୟ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମରେ ଏକ ଜନସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସିଦ୍ଧ ଡେଭଲପମେଣ୍ଟ ରିସର୍ଚ୍ଚ ଆଣ୍ଡ କନ୍ସଲଟାନ୍ସି, ପୁରୀ ଶାଖା ଶିବିରଟିକୁ ଆୟୋଜନ କରିଥିଲେ । ଶିବିରରେ କେନ୍ଦ୍ରୀୟ ପକ୍ଷୀ ଅନୁସନ୍ଦାନ ସଂସ୍ଥାନ କାରୀ ( ସିଏଆରଆଇ) ଭାରତ ସରକାରଙ୍କ ଅଧିନସ୍ଥ ଅନୁଷ୍ଠାନର ମୁଖ୍ୟ ଅଧିକାରୀ ଡଃ, ଚନ୍ଦ୍ରକାନ୍ତ ବେଉରା, ବୈଜ୍ଞାନିକଡଃ ସୂର୍ଯ୍ୟକାନ୍ତ ମିଶ୍ର ଓ ପକ୍ଷୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ଧିରେନ୍ଦ୍ର କୁମାର ପ୍ରମୁଖ ଅଧିକାରୀ ମାନେ ଯୋଗଦେଇ ମତ୍ସ୍ୟ ଚାଷ ସହିତ ବତକ ପାଳନର ବିଭିନ୍ନ ଦିଗ ସମ୍ବର୍ନ୍ଧରେ ଆଲୋକପାତ କରିଥିଲେ । ଏସ. ଡି. ଆର.ସି ର ପରିଚାଳନ ନିର୍ଦ୍ଦେଶକ ରତ୍ନାକର ପାଣିଗ୍ରାହୀ, ସ୍ୱାଧିନ ନିର୍ଦ୍ଦେଶକ ଡଃ ଦେବୀ ପ୍ରସାଦ ଦାଶ, ନିର୍ଦ୍ଦେଶକନରସିଂହ ପାଣିଗ୍ରାହୀ, ମୁଖ୍ୟ ପ୍ରଶାସକମାନସ କୁମାର ବେହେରା ଯୋଗଦେଇ ପୁରୀ ଉଦ୍ୟମିତା ଉନ୍ନୟନପ୍ରକଳ୍ପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ପୁରୀ ଜିଲ୍ଲାର ସତ୍ୟବାଦୀ, ପୁରୀ ସଦର, କଣାସ, ପିପିଲି ବ୍ଳକର ୫୪ ଜଣ ମତ୍ସ୍ୟ ଚାଷୀ ମାନେ ଯୋଗଦେଇଥିଲେ । ଚାଷି ମାନେ ନୂତନ ଜ୍ଞାନ କୌଶଳ ସହିତ ଉନ୍ନତ କିସମର ବତକ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ସଚେତନତା କରାଯାଇଥିଲା ।ଏହି ସଚେତନତା ଶିବିରକୁ ଏସ. ଡି. ଆର. ସି ର କର୍ମକର୍ତ୍ତା ସତ୍ୟନାରାୟଣ ନାୟକ ମଞ୍ଚ ପରିଚାଳନା କରିଥିଲେ । ଅମୂଲ୍ୟ ମୋହନ ଷଡଙ୍ଗୀ , ଲୋକନାଥ ଲେଙ୍କା, ପବିତ୍ର ପ୍ରଧାନ, ମୋନିକା ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୦---୮,୨୦