Breaking News

ବରଗଡ ସାଂସଦ ସୁରେଶ ପୁଝାରୀ ଙ୍କ ଭେଡେନ ବ୍ଲକ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଝରାପାଲି ଧାନମଣ୍ଡି ଠାରେ ଚାଷୀଙ୍କ ଧାନବିକ୍ରି ସମସ୍ୟାକୁ ନେଇ ଆଲୋଚନା



ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକରେ ବରଗଡ ସାଂସଦ ସୁରେଶ ପୂଜାରୀ ଭେଡେନ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଏହି ବୈଠକରେ ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ, ଭେଡେନ ତହସିଲଦାର ଅନୀଲ କୁମାର ହୋତା,ଅତିରିକ୍ତ ତହସିଲ ଦାର ନାରାୟଣ ଡ଼ନସନା,ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ଓ ଏହା ସହିତ ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।ବୈଠକରେ ଭେଡେନ ବ୍ଲକ,ଶିକ୍ଷା,ସ୍ୱାସ୍ଥ୍ୟ,ତହସିଲର ଉନ୍ନୟନ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହିତ  ଆଲୋଚନା କରି ପଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡିଥିବା ହିତାଧିକାରୀ ମାନଙ୍କୁ ତଦନ୍ତ କରି ତୁରନ୍ତ ସେମାନଙ୍କୁ ସାମିଲ ,ପ୍ରସ୍ତୁତ ହୋଇ ଥିବା ତାଲିକାକୁ ପଞ୍ଚାୟତ କାର୍ଯ୍ୟାଳୟ,ସମିତି କାର୍ଯ୍ୟାଳୟ ନୋଟିସ ବୋର୍ଡ ସମ୍ମୁଖରେ ଝୁଲାଇବା,ଯେଉଁ ମାନେ ସଂଯୁକ୍ତ ପରିବାରରେ ଅଛନ୍ତି,ତଦନ୍ତ କରି ଅଲଗା କରି ହେବ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ  ପଞ୍ଚାୟତ ରାସ୍ତା,ସମିତି ରାସ୍ତା ଓ ଅଙ୍ଗନବାଡି,ବିଦ୍ୟାଳୟ ପରିସରରେ ପାଚେରୀ ନାହିଁ ସେଠାରେ ଏନ ଆରଇ ଜିଏସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଏହା ପରେ ଅତାବିରା ଆରଏମସି ଅଧିନସ୍ଥ ଝରାପାଲି ମାର୍କେଟ ୟାର୍ଡ କୁ ଆସି ଚାଷୀ ମାନଙ୍କ ସହିତ ଧାନବିକ୍ରି ସମସ୍ୟା ଉପରେ ଆଲୋଚନା କରିଥିଲେ,ମାର୍କେଟ ୟାର୍ଡରେ ୪୦୦୦ ହଜାର ପେକେଟ ଧାନ ବିକ୍ରି ନ ହୋଇ ପଡିରହିଥିବା ଜାଣିବାକୁ ପାଇ କ୍ଷୋଭ ପ୍ରକାଶ କରି ସଂଗେ ସଂଗେ ବରଗଡ ଚିଫ୍ ସିଏସଓ ରଜନୀକାନ୍ତ ଦାସଙ୍କୁ ଓ ସମବାୟ ଏରିଆ ଅଫିସର ଶରତ ପାଣିଗ୍ରାହୀଙ୍କୁ ଫୋନ ମାଧ୍ୟମରେ ଡକାଇ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ସପ୍ଲାଇ ଇନ୍ସପେକ୍ଟର,ପେକ୍ସ ଅଧିକାରୀ ଗଣ ମାର୍କେଟ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଚାଷୀ ମାନେ ଅଭିଯୋଗ କରିଥିଲେ ଯେ,ମାର୍କେଟ ୟାର୍ଡରେ ଚାଷୀ ମାନଙ୍କ ଧାନର ମାନ,ଓଜନ,ବିକ୍ରି ମୂଲ୍ୟ ନିର୍ଦ୍ଧାରଣ କରାଯାଉ,ଯଦି ଧାନ ମିଲ୍ କୁ ଯାଏ ସେଠାରେ ମିଲର୍ସ ମାନେ ମନମୁଖୀ କରୁଛନ୍ତି,ଫଳରେ ଚାଷୀ ମାନେ ଧାନ ର ଉପଯୁକ୍ତ ମୂଲ୍ୟ ନପାଇ ବିଭିନ୍ନ ପ୍ରକାର ଶୋଷଣର ଶିକାର ହେଉଛନ୍ତି।ମାର୍କେଟ ୟାର୍ଡରେ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା କରିବାକୁ ସାଂସଦ ସୁରେଶ ପୂଜାରୀ ସରକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଯେଉଁ ମିଲର୍ସ ଆସୁ ନାହାନ୍ତି,ସେମାନଙ୍କୁ ବାଦ ଦେଇ ଅନ୍ୟ ମିଲର୍ସ ମାନଙ୍କୁ ଟ୍ଯାକ କରାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ସାଂସଦଙ୍କ ସହିତ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁରେଶ୍ଵର ଶତପଥୀ,ଯଶୋବନ୍ତ ସେଠ,ମିଳନ ସେଠ,କୁଶ କୁମ୍ଭାର,ଭେଡେନ ବ୍ଲକ  ମଣ୍ଡଳ ସଭାପତି ଗଣ,କାର୍ଯ୍ୟ କର୍ତ୍ତା ଓ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହିଥିଲେ।
ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....17/11/2020---10.20

Blog Archive

Popular Posts