ଭିଜିଲାନ୍ସ ଜାଲରେ ଧର୍ମଶାଳାର କୋଟିପତି କିରାଣି
-ଯାଜପୁର----- ଯାଜପୁର ଜିଲ୍ଲା ଧର୍ମଶାଳା ସବରେଜିଷ୍ଟର ଅଫିସରେ କିରାଣି ରତ୍ନାକର ମହାନ୍ତି । ତାଙ୍କ ଘର ଧର୍ମଶାଳା ବ୍ଲକ ଚହଟା ଗାଁରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚହଟା ବାସଭବନ ସମେତ ସାତଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଚଢାଉ ସମୟରେ ନଗଦ ନଅ ଲକ୍ଷ ଟଙ୍କା ସହିତ ତିନିଶହ ଗ୍ରାମ ସୁନା ଅଳଙ୍କାର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ DSP ସୁରେନ୍ଦ୍ର କୁମାର ରାୟଗୁରୁ ଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହି ଥିବା ବେଳେ ଆଗାମୀ ସମୟରେ ବହୁ ଗୁରୁତ୍ୱ ପୁର୍ଣ ତଥ୍ୟ ମିଳିବ ବୋଲି ଭିଜିଲାସନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି । ଯାଜପୁର ରୁ ଶିବ କେତନ ମହାନ୍ତି ------ ୧୨/୧୧/୨୦ ---୧.୩୦