Breaking News

ପ୍ରଧାନ ମନ୍ତ୍ରୀ ଆବାସ ଯେଜନା ଓ ବିଜୁ ପକ୍କା ଘର ହିତାଧିକାରୀଙ୍କୁ ଭେଟିଲେ ଓ ତଥ୍ୟ ସଂଗ୍ରହ କଲେ ଅଧିକାରୀ


 ସାକ୍ଷୀଗୋପାଳ -----ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଦୁଗଲ ଓ ବଳପୁର ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ଭେଟିଛନ୍ତି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଆର୍ଶିବାଦ ଡାକୁଆ, ଅତିରିକ୍ତ ସଚ୍ଚିବ ମାନସ ଦେବେରା, ପି,ଡି ନିତି ରଞ୍ଜନ ସେନ । ତାଙ୍କ ସହିତ ସତ୍ୟବାଦୀ ବ୍ଳକର ବିଡିଓ ଗୌରବ ଶିବାଜିରାଓ ଇଶ୍ୱଲାର ଆଇ, ଏ , ଏସ ଉପସ୍ଥିତ ରହିଥିଲେ ।  ଦୁଗଳ ଗ୍ରାମରେ ପାଇଥିବା ଆବାସ ଯୋଜନା ପ୍ରତିମା ମଲିକଙ୍କର ଘର କାର୍ଯ୍ୟ ଘର ବୁଲିକି ଦେଖିଥଲେ ।  ଘର ତିଆରି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ଅନୁଯାୟୀ ଅର୍ଥ ପାଇଛକି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ବ୍ଳକ କାର୍ଯ୍ୟାଳୟରେ ଅର୍ଥ ପାିବାରେ କିଛି ଅସୁବିଧା ହୋଇଥିଲା ବୋଲି ପଚାରିଥିଲେ । ମାତ୍ର ପ୍ରତିମା ଅଧିକାରୀ ମାନଙ୍କୁ କହିଥିଲେ ଯେ ମୁଁ ସରକାରଙ୍କ ନିୟମ ଅନୁସାରେ ଘର କାମ କରିବା ସହ ସଠିକ ସମୟରେ ଅର୍ଥ ମଧ୍ୟ ପାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ ଓ ବ୍ଳକର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି 

Blog Archive

Popular Posts