Breaking News

ଧାରପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ


 
ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନର୍ଗତ ଧାରପୁର ପଞ୍ଚାୟତ ରେ ସୋମବାର ଅପରାହ୍ନ ରେ ବରୀ ବିଧାୟିକା ସୁନନ୍ଦା ଦାସ ବିଭିନ୍ନ ପ୍ରକଳ୍ପର  ଶୁଭ ଉଦଘାଟନ କରିଛନ୍ତି ।ଏହି ପଞ୍ଚାୟତରେ ୪ ଗୋଟି କମ୍ୟୁନିଟି ସେଣ୍ଟର ,୩୩/୧୧ କେଭି ବିଦ୍ୟୁତ ଷ୍ଟକଚର ,ମହାପୁରୁଷ ଛକର ଉର୍ଣ୍ଣତି କରଣ ପାଇଁ ନୂତନ ପ୍ରକଳ୍ପ କୁ ବିଧାୟିକା ଦାସ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି। ବରୀର ବିକାଶକୁ ଆଗକୁ ନେବା ସହ  ଲୋକମାନଙ୍କ ଦୁଃଖ ଓ ସୁଖ ରେ ସାଥି ହୋଇ ରହିବେ ବୋଲି କହିଛନ୍ତି। ଉକ୍ତ ଉତ୍ସବରେ ପ୍ରାକ୍ତନ ଜିଲ୍ଲା ପତିଷଡ଼ ସଭ୍ୟ ଦେବେନ୍ଦ୍ର ଦାସ , ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ,ବ୍ଲକ ବିଜେଡି ସଭାପତି କେଦାର  ସାମଲ ,ବାଲିବିଲି ସରପଂଚ ସନ୍ତୋଷ ସାମଲ, ଗୋଳକୁଣ୍ଡ ସରପଂଚ ଶରତ ଜେନା,ପ୍ରଦୀପ ଘଡେଇ ,ସରପଞ୍ଚ ଟି , ରୋଜାଲିନ ଶାନ୍ତି ,ବିଡ଼ିଓ ଶିବାନନ୍ଦ ସ୍ୱାଇଁ , ବିଦ୍ୟୁତ ବିଭାଗ  ସହକାରୀ ଯନ୍ତ୍ରୀ ,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ବରୀରୁ ଦର୍ଶନ ବେହେରା ୧୦/୧୧/୨୦ 
୧୦-୩୫

Blog Archive

Popular Posts