Breaking News

ସତ୍ୟବାଦୀ ଶିକ୍ଷା ବିଭାଗର ବିଚିତ୍ର ନିୟମ ; ପ୍ରଧାନ ଶିକ୍ଷକ କରୋନା ପଜଟିଭ ହୋଇ ଡ୍ୟୁଟି କଲେ

 ସାକ୍ଷୀଗୋପାଳ----  ସତ୍ୟବାଦୀ ଶିକ୍ଷା ବିଭାଗରେ ଏକ କରୋନା ପଜଟିଭି ପ୍ରଧାନ ଶିକ୍ଷକ କିପରି ଡ୍ୟୁଟି କଲେ ତାହା ଏବେ ଆଚାର୍ଯ୍ୟ ଲାଗିଛି । ଅକ୍ଟୋବର ମାସରେ ଶିକ୍ଷକ ଜଣଙ୍କ କରୋନା ପଜଟିଭିରେ ସଂକ୍ରମଣ ହୋଇଥିଲେ । ମାତ୍ର ବ୍ଳକ ଶିକ୍ଷା ଅଧିକାରୀ କହନ୍ତି ଅକ୍ଟୋବର ମାସରେ କେହି ଶିକ୍ଷକ ଆମର କରୋନା ପଜଟିିଭି ହୋଇନାହାନ୍ତି । ତା ହେଲେ ଶିକ୍ଷା ବିଭାଗ ସତ କହୁଛି ନା ସ୍ୱାସ୍ଥ୍ୟ ବିଭାଗ ସତ କହୁଛି ଏହି ଗୁମର ବହୁ ଶିଘ୍ର ଖୋଲିବାକୁ ଯାଉଛି । କାରଣ ଉକ୍ତ ମାସରେ ସେ ୧୭ ଦିନ ଘରେ ରହଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହୁଛି । ଅନ୍ୟ ପକ୍ଷେ ସେ ସତର ଦିନ ଡ୍ୟୁଟି କରୁଛନ୍ତି ବୋଲି  ଶିକ୍ଷା ବିାଭାଗ ରେକର୍ଡ କହୁଛି । ଏହା ସହିତ  ଦରମା ନେଇଛନ୍ତି ବୋଲି କିଛି ଶିକ୍ଷକ ମାନେ ଅଭିଯୋଗ ଆଣିଛନ୍ତି । ଯଦି ସେ କରୋନା ପଜଟିଭ ଥିଲେ ତା ହେଲେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ କାହିଁକି ନ ଜଣାଇଲେ ? ଯଦି ସେ ବିଦ୍ୟାଳୟକୁ ଗଲେ ତା ହେଲେ  ସୁପର ସ୍ପେଡର ଭାବେ କରୋନା ସଂକ୍ରମଣ ଉକ୍ତ ଅଞ୍ଚଳରେ ସୃଷ୍ଟି କଲେ ବୋଲି ଏବେ ପ୍ରଶ୍ନବାଚୀ ହୋଇପଡିଛି । ତୁରନ୍ତ ଜିଲ୍ଲାପାଳଏ ଦିଗପ୍ରତି ନଜର ଦେବାକୁ ଶିକ୍ଷକ ଓ ସାଧାରଣ ଲୋକମାନେ ଦାବି କରିଛନ୍ତି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts