ମାସ୍କ ବଣ୍ଟନ ଓ ସଚେତନ କାର୍ଯ୍ୟକ୍ରମ
ବେଗୁନିଆ ----- ସାରା ବିଶ୍ୱରେ କରୋନା ମହାମାରୀ ରୋଗ କାୟା ବିସ୍ତାର କରି ଚାଲିଛି । ଏଥିରୁ ରକ୍ଷା ପାଇବା ପାଇଁ କୋଭିଡ ୧୯ ନିୟମ ଅନୁଯାୟୀ ମୁହଁରେ ମାସ୍କ,ହାତ ଧୋଇବା,ସାମାଜିକ ଦୂରତ୍ୱ ରଖିବା ଓ ସାନିଟାଇଜର ବ୍ୟବହାର ଏକମାତ୍ର ଉପାୟ ଅଟେ। ସାପ୍ତାହିକ ପତ୍ରିକା ଭୋକିଲା ପେଟ ଓ ଲୋକ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧିର ଚନ୍ଦ୍ର ନାୟକଙ୍କ ତତ୍ବାବଧାନରେ ବାଙ୍କୀ- ସିମୋର ରାସ୍ତାର ତୁଳସୀପୁର ବଜାରରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ବ ପଥଚାରୀ ଓ ସାଧାରଣ ଲୋକମାନଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ କରିବା ସହ ସଚେତନ କରିଥିଲେ ।ଏଥିରେ ସମାଜସେବୀ ମନୋଜ କୁମାର ସାହୁ, ଭ୍ରମରବର ରାଉତ,ଅଇଁଠ ଦାସ ଓ ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ବେଗୁନିଆ ରୁଯୋ