ଡେଲାଙ୍ଗରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ଡେଲାଙ୍ଗ,-----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସ୍ୱେଛାସେବୀ ଅନୁଷ୍ଠାନ ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁୁ ଦୁର୍ନୀତି ନିବାରଣ ସଚେତନତା ଅଭିଯାନ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହାମାରୀ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା ଓ ଜନସାଧାରଣଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରଯାଇଥିଲା । ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦାସ, ଘୋରଡିଆ ନୋଡାଲ ହାଇ ସ୍କଲ ର ପ୍ରଧାନ ସୁଦର୍ଶନ ପରିଡା,କୃପାସିନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିତିପୁର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପଲେଇ,କ୍ରିଡାଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି,ଗୋପବନ୍ଧୁ ସାସମଲ ପମୁଖ ଅତିଥିମାନେ ଯୋଗ ଦେଇ ସମସ୍ତେ ଦୁର୍ନୀତି ବିରୋଧରରେ ସ୍ୱର ଉତୋଳନ କରି ଏକ ସୁସ୍ଥ,ସ୍ୱଚ୍ଛ, ସୁନ୍ଦର ଓ ବିକାଶଶୀଳ ଭାରତ ରାଷ୍ଟ୍ର ଗଠନ କରିବାକୁ ପରମର୍ଶ ଦେଇଥ୍ରଲେ । ସାମ୍ବାଦିକ ଦିଲ୍ଲୀପ ଧଉଡିଆ ଦୁର୍ନୀତି କରିବା ନାହିଁ କି ଦୁର୍ନୀତ କୁ ପ୍ରଶୟ ଦେବା ନାହିଁ ବୋଲି ଉପସ୍ଥିତ ଥିବା ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଦୁର୍ନୀତି ହଟାଅ ଦେଶ ବଚାଂଅ ବୋଲି ଆହ୍ୱନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଚିତରଜଂନ ଜେନା, ବିନୟ ଭୁଷଣ ମିଶ୍ର, ପବିତ୍ର ମୋହନ ସାହୁ,ଗଦାଧର ଛୋଟରାୟ,ବାବୁରାମ ଦାସ,ରବିନ୍ଦ୍ର ସାହୁ,ଆଲୋକ ହରିଚନ୍ଦନ ସମେତ କିଛି ସ୍ୱେଛାସେବୀ ଏବଂ ଅନୁଷ୍ଠାନର କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ପରିଶେଷରେ ସାମାଜିକ କର୍ମୀ ବେଣୁଧର ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି