ଗ୍ରୀନ ଷ୍ଟାର ୟୁଥ କ୍ଳବ ତରଫରୁ ସବୁଜ କର୍ମଶାଳା
ବରୀ-ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳକୁଣ୍ଡ ଗ୍ରାମପଞ୍ଚାୟତର ମେଣ୍ଢ ଗ୍ରାମଠାରେ ଥିବା ଅଭୟ ନୃସିଂହ ମନ୍ଦିର ପରିସରରେ ଝାଲପଡା ଗ୍ରାମ ପଞ୍ଚାୟତର ଗ୍ରୀନଷ୍ଟାର ୟୁଥକ୍ଳବ ତରଫରୁ ସବୁଜ କର୍ମଶାଳା ଓ ନଗେନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ନିଶାନିବାରଣ ଅଭିଯାନର ସମ୍ପାଦକ ରମାକାନ୍ତ ମଣ୍ଡଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱଚ୍ଛାସେବୀମାନଙ୍କୁ ସବୁଜ ପୃଥିବୀ ସୃଷ୍ଟି କରିବା ସହିତ ନିଜକୁ ନିଶାମୁକ୍ତ ରଖିବାପାଇଁ ଅନୁରୋଧ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ସତ୍ୟରଞ୍ଜନ କର ଉପସ୍ଥିତ ରହି ଗଛ ଲଗେଇବା ଓ ଗଛର ଉପକାରିତା ସହଜରେ କମ ଖର୍ଚ୍ଚରେ କିପରି ଅଧିକ ବୃକ୍ଷ ରୋପଣ କରିହେବ ଓ ସମାଜରେ ସମାଜସେବୀ ହେଲେ ଆଗକୁ ସମସ୍ୟା ଓ ସମାଧାନକୁ ସହଜ ସରଳ ଭାବେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ କଥାସେବକ ସନ୍ଥ ଶ୍ରୀ ସୁବିଧ କୁମାର ମହାରାଜ ସମୟାନୁ ବର୍ତ୍ତିତା ଜୀବନ ସହ ସମୟ ଆବଶ୍ୟକତା ସଂଗଠନ ଦ୍ୱାରା ସମାଜର ମଙ୍ଗଳ କିପରି ଶୃଙ୍ଖଳିତଭାବେ ହେଇପାରିବ ସୁନ୍ଦରଭାବେ ପିଲାମାନଙ୍କୁ ବୁଝେଇଥିଲେ । ଏହି କାର୍ଯ୍ୟକ୍ରମରେ କଳ୍ପନା ସାହୁ, ଗଛ ମଣିଷ ବିଭୁପ୍ରସାଦ(ପପୁ)ଯୋଗଦେଇଥିଲେ । ଗ୍ରୀନଷ୍ଟାର ୟୁଥ କ୍ଲବ ର ସଭାପତି ରାଜେଶ କୁମାର ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନକରିଥିଲେ । ସମ୍ପାଦକ ବିକ୍ରମ କେଶରୀ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ ।କୋଷାଧକ୍ଷ ପ୍ରବଞ୍ଜନ ଜେନା ଧନ୍ୟବାଦ ଦେଇଥିବା ବେଳେ , ଉପସଭାପତି ପବିତ୍ର ସାହୁ ଓ ସମସ୍ତ ସଭ୍ୟ ସାମାଜିକ ଦୂରତା ସହ ସୁନ୍ଦର ଭାବେ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ କରାଇଥିଲେ । ଶେଷରେ ଗୋଳକୁଣ୍ଡ ପଞ୍ଚାୟତ ଓ ଝାଲପଡା ପଞ୍ଚାୟତ ଗ୍ରାମ ପରିକ୍ରମା କରି ସଚେତନ ଗଛ ଲଗେଇ ସବୁଜ ପ୍ରକୃତି ଗଠନ କରିବା ପାଇଁ ବାର୍ତ୍ତା ବାଣ୍ଟିଥିଲେ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ପ୍ରଶାନ୍ତ ଜେନା ।
ବରୀରୁ ଦର୍ଶନ ବେହେରା