Breaking News

ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ; ଶିକ୍ଷା ଅଧିକାରୀ ନିରବ

 ସାକ୍ଷୀଗେ।।ପଳ ----  ରାଜ୍ୟରେ ମହାମାରୀ କରୋନା ଏବେବି ମଧ୍ୟ ତାର କାୟା ବିସ୍ତାର କରିଚାଲିଛି ।  ରାଜ୍ୟ ସରକାର ମହମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଆଠ ମାସ ହେଲା ବନ୍ଦ କରି ରଖିଛନ୍ତି । ଏଥିଯୋଗୁ ପିଲାମାନଙ୍କୁ ମହାମାରୀ କରୋନା ସଂକ୍ରମଣ ହୋଇନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।  ରାଜ୍ୟ ସରକାରଙ୍କର ପଦକ୍ଷେପକୁ ଦେଶ ବିଦେଶରେ ବେଶ  ପ୍ରଶଂସା ପାଇଛି । ଅନ୍ୟ ପକ୍ଷେ ସରକାରଙ୍କ ଅନଲାଇନ ଶିକ୍ଷା ପଦ୍ଧତି ଏବେ ବିପର୍ଯ୍ୟସ୍ଥ ହୋଇପଡିଛି । ଏ ସମ୍ପର୍କରେ ବ୍ଳକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନେ ନୀରବତା ରହିଛନ୍ତି ।  ଚଳିତ ଶିକ୍ଷାବର୍ଷରେ ଅର୍ଦ୍ଧାଧିକ ସମୟ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ନାହାନ୍ତି । ବାର୍ଷିକ ପରୀକ୍ଷା ମଧ୍ୟ ଛାତ୍ର ଛାତ୍ରୀ ଦେଇ ପାରିନାହାନ୍ତି ।  ରାଜ୍ୟ ସରକାର ବିଦେଶ ଢ଼ାଞ୍ଚାରେ ଓଡିଶାରେ ଶିକ୍ଷା ବ୍ୟବସ୍ଥା ଲାଗୁ କଲେ । ସରକାର ଅନଲାଇନ୍‌,  ରେଡିଓ ଓ ଟେଲିଭିଜନ  ମାଧ୍ୟମରେ ଶିକ୍ଷା ଦାନର ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହାର କିଛି ସୁଫଳ ସହରର ଛାତ୍ର ଛାତ୍ରୀ ମାନେ ପାଇ ପାରୁଛନ୍ତି । ମାତ୍ର ଗ୍ରାମଞ୍ଚଳରେ ସମ୍ପୁର୍ଣ୍ଣ ବିଫଳ ହୋଇ ପଡିଛି  ଶିକ୍ଷା ବିଭାଗ ବୋଲି ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ମାନେ କହନ୍ତି ।  ଏକ ବେସରକାରୀ ପରି ସଂଖ୍ୟାନରୁ ଜଣାପଡିଛି ଯେ ୩୦ ଭାଗ ଛାତ୍ର ଛାତ୍ରୀ  ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଅନ୍ୟ ୭୦ ଭାଗ ଛାତ୍ର ଛାତ୍ରୀ ମାନେ ଏହି ସୁବିଧାରୁ ବଞ୍ଚିତ ହୋଉଛନ୍ତି ।  ସେଥି ମଧ୍ୟରୁ ଅଧିକଂଶ ଗ୍ରାମଞ୍ଚଳର ଛାତ୍ର ଛାତ୍ରୀ ମାନେ । କେଉଁଠି ନେଟୱାର୍କ ପାଉନିତ କେଉଁଠି ବିଦ୍ୟୁତ କାଟ ହୋଉଛି । ସେହିପରି ଗରିବ ପରିବାର ସେମାନଙ୍କ ପିଲା ମାନଙ୍କୁ ୫ରୁ ୭ ହଜାର ଟଙ୍କାର ଫୋନ କିଣିକି ଦେବାକୁ ସକ୍ଷମ ହେଉନାହାନ୍ତି । ସରକାର ପ୍ରଥମିକ ଛାତ୍ର ଛାତ୍ରୀ ମାନଙ୍କୁ ରେଡିଓ ମାଧ୍ୟମରେ ଶିକ୍ଷାଦାନ ଦେଉଛନ୍ତି । ଟିଭି ବାହାରିବା ପରେ ଘର ମାନଙ୍କରେ ରୋଡିଓ ଲୋପ ପାଇଯାଇଛି । ଶିକ୍ଷାଦାନ ମାତ୍ର ୩୦ ମିନିଟ ପାଇଁ । ଯାହାକି ଏହି ଶିକ୍ଷା ଦାନ ସେପରି ପ୍ରଭାବ ହୋଇ ପାରୁନାହିଁ  ବୋଲି ଦେବ ନାଥ ରାଉତ, ଶ୍ୟାମ ସୁନ୍ଦର ମିଶ୍ର କହନ୍ତି । ନଭେମ୍ବର ୧୬ ତାରିଖରୁ ୯ମ ଠାରୁ ୧୨ ଶ୍ରେଣୀପର୍ଯ୍ୟନ୍ତ ଖୋଲିବା ପାଇଁ  ସରକାର ଚିନ୍ତା କରୁଛନ୍ତି । ପ୍ରାଥମିକ ବିଦ୍ୟାଳୟ ଗୁଡିକ ନଭେମ୍ବର ୩୦ ତାରିଖ ପରେ କରୋନାର ସ୍ଥିତି ଦେଖି ଶିକ୍ଷା ବିଭାଗ ପଦକ୍ଷେପ ନେବ ବୋଲି ଜଣାପଡିଛି । ପ୍ରଥମିକ ଶିକ୍ଷକ ମାନେ ଘରକୁ ଘର ବୁଲି ପିଲା ମାନଙ୍କୁ ଶିକ୍ଷାଦାନ ଦେବା ପାଇଁ କୁହାଯାଇଛି । ଏପରିକି କିଛି ଶିକ୍ଷକ ମାନେ ବିଦ୍ୟାଳୟ ଯାଉନାହାନ୍ତି । ସତ୍ୟବାଦୀରେ ପ୍ରାଥମିକ ଶିକ୍ଷା ବିଭାଗ କରିଥିବା ଘୋଷଣା ଏବେ ବିଫଳ  ହୋଇଛି ବୋଲି ଫ୍ରପୁଲ ମିଶ୍ର, ବନମାଳୀ ସାହୁ, ରମେଶ ବେହେରା ପ୍ରମୁଖ ଅଭିଯୋଗ ଆଣିଛନ୍ତି । ସତ୍ୟବାଦୀରେ ଏ ବର୍ଷ ବିଦ୍ୟାଳୟରୁ ଡ୍ରପ ଆଉଟ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଡିଯିବ ବୋଲି ସୂଚନା ମିଳିଛି । ଏଥିପ୍ରତି ପୁରୀ ଜିଲ୍ଲାପାଳ ଓ ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଶିକ୍ଷାବିତ ରାଧାକାନ୍ତ ଦାଶ, ବିଜୟ କୁମାର ହୋତା, ରମେଶ ଦାଶ  ପ୍ରମୁଖ ବୁଦ୍ଧିଜୀବୀ ମାନେ ନିବେଦନ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts