୭୯ତମ ଏରସମା ବିପ୍ଳବ ଦିବସ ପାଳନ
ଜଗତସିଂହପୁର----୧୯୪୨ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟର କଥାକୁ ମନେପକାଇ ୭୯ତମ ଏରସମା ବିପ୍ଳବ ଦିବସ ପାଳନହୋଇଯାଇଛି । ସେପ୍ଟେମ୍ବର୬ ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଆହ୍ଵାନ୍ କ୍ରମେ ଇଂଗ୍ରେଜେମାନଙ୍କୁ ଦେଶରୁ ହଟାଇବାକୁ ଏରସମାରେ ନିଆଁ ଜାଳିଥିଲେ । ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିବା ଶତାଧିକ ସଂଗ୍ରାମୀ ଏରସମା ଅଞ୍ଚଳର ଥାନା ,ବଙ୍ଗଳା ଓ ଘୋଡା ସାଳରେ ନିଆଁ ଲଗାଇ ଦେଇଥିଲେ । ବିପ୍ଳବର ଚିହ୍ନରେ ଛାର ଖାର ହୋଇଯାଇଥିଲ । .ଇଂଗ୍ରେଜେ ସାମ୍ରାଜ୍ୟର ବଡ଼ବଡ଼ ଅଫିସ, କଚେରୀ,ସେହିଦିନକୁ ସ୍ମରଣ କରି ଏରସମା ଅଞ୍ଚଳର ସ୍ବୋଛାସେବୀ ସଂଗଠନ ସଂକଳ୍ପ ଓ ସ୍ୱାଧୀନତା ସଂଗ୍ରାମୀ ପୀଠର ମିଳିତ ଆନୁକୂଲ୍ୟରେ ଥାନା ପୋଡି ଦିବସ ବା ବିପ୍ଳବ ଦିବସ ପ୍ରତିବର୍ଷ ପାଳନ ହୋଇଆସୁଛି । ଏ ବର୍ଷ ମଧ୍ୟ ସ୍ଥାନୀୟ ଗାନ୍ଧୀ ପୀଠରେ ଏହି ସ୍ମୃତିର ୭୯ ତମ ଦିବସ ପାଳନ କରାଯାଇଛି ।ଏହି ୭୯ତମ ବିପ୍ଳବ ଦିବସ ସଂକଳ୍ପ ସ୍ବୋଚ୍ଛାସେବୀ ସଂଗଠନର ନିଦେଶକ ତଥା ସାମ୍ବାଦିକ ଚନ୍ଦ୍ରଜିତ ଦାସଙ୍କ ସଭାପତିତ୍ବରେ କରାଯାଇ ଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଗତସିଂହପୁର ସାଂସଦ ପ୍ରତିନିଧି ପ୍ରୀତବାସ ଗଛାୟତ,ସମ୍ନାନିତ ଅତିଥି ଏରସମା ତହସିଲଦାର ଚିତ୍ତରଞ୍ଜନ ମହନ୍ତ, ବରଣ୍ୟ ଅତିଥି ପ୍ରଣବ ସ୍ବାଇଁ,ରାଜ୍ୟ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା,ଏରସମା ବାର ଆସୋସିଏସନ ଅକ୍ଷୟ ସ୍ଵାଇଁ ଙ୍କ ସମେତ କବି, ଲେଖକ, ସାହିତିକ,ଓ ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ।