ବଧୂ ହତ୍ୟା ଅଭିଯୋଗ ; ଅଭିଯୁକ୍ତ ଙ୍କୁ ଗିରଫ ଦାବି ରେ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା
ଜଗତସିଂହପୁର ----- ଏରସମା ଥାନା ଅନ୍ତର୍ଗତ ଗୋଡ ପଞ୍ଚାୟତ ବୀରକିଶୋରପୁର ଗ୍ରାମରେ ଅଗଷ୍ଟ ୨୪ତାରିଖ ଦିନ ଯୌତୁକ ଜନିତ ବଧୂ ହତ୍ୟା ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଗ୍ରାମବାସୀ ପକ୍ଷରୁ ଏସପି. ଅଫିସ ସମୁଖ ରେ ଧାରଣା ଦେଇଥିଲେ । ଏହି ଧାରଣା ରେ ଶତାଧିକ ମହିଳା, ପୁରୁଷ ସାମିଲ ହୋଇଥିଲେ । ଏରସମା କୁଞ୍ଜକୋଠି ଗ୍ରାମର ସମୀର ପ୍ରଧାନ ଙ୍କ ବଡ଼ ଝିଅ ଲକ୍ଷ୍ମୀ ପ୍ରିୟା ପ୍ରଧାନ ୨୦୧୧ମସିହାରେ ବୀର କିଶୋର ପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ବାବୁଲି ଜେନା ଙ୍କୁ ବିବାହ କରିଥିଲା । ଯୌତୁକ ଜନିତ ଘଟଣା ଙ୍କୁ କେନ୍ଦ୍ର କରି ପରିବାର ମଧ୍ୟରେ ଅନେକ ବାର ଅପ୍ରୀତି କର ପରିସ୍ଥିତି ଉପୁଜିଥିଲା । ଗ୍ରାମର ଭଦ୍ର ବ୍ୟକ୍ତି ଅନେକ ବାର ଘଟଣା ର ଲିଖିତ ସମାଧାନ ମଧ୍ୟ କରିଥବା ନଜର ରହିଛି ।ହେଲେ ଅଗଷ୍ଟ 24ତାରିଖ ଦିନ ସ୍ୱାମୀ ବାବୁଲି ଦାସ ଙ୍କ ସମେତ ଶାଶୁ, ଶଶୁର, ଡ଼ିଅର, ନଣଦ ସମୂହ ଭାବେ ଯୋଜନା ବଧ ଭାବେ ଲକ୍ଷ୍ମୀ ପ୍ରିୟା ଙ୍କୁ ହତ୍ୟା କରିଛନ୍ତି ବୋଲି ଲକ୍ଷ୍ମୀ ପ୍ରିୟା ର ବାପା ସମୀର ପ୍ରଧାନ ଏରସମା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଙ୍କୁ ଭିତିକରି ଏରସମା ଥାନା ୧୫୮/୨୦ରେ କେଶ ୠଜୁକରି ସ୍ୱାମୀ ବାବୁଲି ଜେନା ଙ୍କୁ ଗିରଫ କରିଛି ହେଲେ ଅନ୍ୟ ଅଭିଯୁକ୍ତ ଚତୁରତାର ସହିତ ଫେରାର ହୋଇଥିଲେ ମଧ୍ୟ ଗିରଫ କରାଯାଇନାହିଁ । ତେଣୁ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବାକୁ ଦାବିକରି ଗ୍ରାମବାସୀ ଧାରଣା ରେ ବସିଛନ୍ତି ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର