Breaking News

ବିପର୍ଯ୍ୟସ୍ତ ଅବସ୍ଥାରେ ପର୍ଯ୍ୟଟନ ସ୍ଥଳୀ ଶିଆଳି ବେଳାଭୂମି


ଜଗତସିଂହପୁର-ବିକାଶ ନାମରେ ଏବେ ପ୍ରଲଭନା,ବିପର୍ଯ୍ୟସ୍ତ ଅବସ୍ଥାରେ ପର୍ଯ୍ୟଟନ ସ୍ଥଳୀ ଶିଆଳି ବେଳାଭୂମୀ ।  ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀ ଶିଆଳୀ ବେଳାଭୁମୀ ଠାରୁ କଳାବେଦୀ ପର୍ଯ୍ୟନ୍ତ ସମୁଦ୍ର କୁଳ ଲଂଘି ଘାଇ ସ୍ରୁଷ୍ଟି ହୋଇଛି ।.ସୂଚନା ମୁତାବକ ଆଜକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ସମୁଦ୍ର ଢେଉ ଜୁଆର ମାଡି ଆସିବା ଯୋଗେ କଳାବେଦୀ ଠାରେ ଘାଇ ସୃଷ୍ଟି ହୋଇଛି ।ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତରେ ରହୁଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ଖବର ପାଇଁ ବାଲିକୁଦା ଏରସମାର ପୂର୍ବତନ କଂଗ୍ରେସ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଏବଂ କଂଗ୍ରେସର ଏକ ପ୍ରତିନିଧି ଦଳ ଶିଆଳୀ ବେଳାଭୂମୀର ସ୍ଥିତି ଅନୁଧ୍ୟାନ କରିବା ସହିତ ଖାଇ ଯାଇଥିବା ସମୁଦ୍ର କୁଳ ଓ ସୃଷ୍ଟି ହୋଇଥିବା ଘାଇ ର ସ୍ଥିତି ପରଖିଥିଲେ । ସ୍ଥାନୀୟ ଏରସମା ଅଞ୍ଚଳ ତଥା ଗର୍ଡ ହରିଷ ପୁର, କଳାବେଦୀ,ପଦ୍ମପୁର,ମଠ ସାହି, ନୋଳିଆ ସାହି,ରାମତରା ଲୋକମାନେ ଆତଙ୍କିତ ଥିବାରୁ ବେଳା ଭୁମୀ ସ୍ଥିତିକୁ ନେଇ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉଦାସିନତା ପାଇଁ  ବେଳାଭୁମୀର ଏଭଳି ବିପର୍ଯ୍ୟସ୍ତ ପରିସ୍ଥିତି ଉପୁଜିଛି ବୋଲି ମତ ପ୍ରକାଶ କରି କହିଛନ୍ତି ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର। 

ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts