ରିଲିଫ ସାମଗ୍ରୀ ପ୍ରଦାନରେ ପାତରଅନ୍ତର; ବ୍ଳକ କାର୍ଯ୍ୟାଳୟ ଆଗରେ ଚାଇଁପୁର ଗ୍ରାମ ବାସୀ ମାନେ ଧାରଣା ଦେଲେ , କୋଭିଡ-୧୯ ଆଇନକୁ କେହି ମାନିଲେ ନାହିଁ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଚାଇଁପୁର ଗ୍ରାମ ପଞ୍ଚାୟତକୁ ରିଲିଫ ସମାଗ୍ରୀ ପ୍ରଦାନରେ ପାତର ଅନ୍ତର କରାଯାଇଥିବା ନେଇ ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟ ଅ୍ରାଗରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡାଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ସହିତ ପ୍ରାୟ ଦୁଇଶହ ମହିଳା ପୁରଷ ଧାରଣା ଦେଇଥିଲେ । ଲୁଣା ନଦୀରେ ବନ୍ୟା ଜଳ ପ୍ରବାହିତ ହେଲେ ପ୍ରଥମେ ଡେଲାଙ୍ଗ ବ୍ଳକର ଚାଇଁପୁର ଗ୍ରାମ ପଞ୍ଚାୟତ ପାଣିରେ ବୁଡିଥାଏ । ବନ୍ୟାଜଳ ଏହି ପଞ୍ଚାୟତ ଦେଇ ଅନ୍ୟ ଅଞ୍ଚଳକୁ ପ୍ରବେଶ କରିଥାଏ । ଏହି କାରଣରୁ ଉକ୍ତ ଗ୍ରାମ ପଞ୍ଚାୟତର ସମସ୍ତ ପରିବାର ରିଲିଫ ପାଇବା ପାଇଁ ହକଦାର ବୋଲି ସରପଞ୍ଚ ଶ୍ରୀ ପରିଡା ଜିଲାପାଳ, ଏଡିଏମ, ସ୍ଥାନୀୟ ବିଧାୟକ, ବିଡିଓ, ତହସିଲଦାରଙ୍କୁ ଅବଗତ କରାଇଥିଲେ । ବ୍ଳକ ପକ୍ଷରୁ ପ୍ରଥମେ ୩୨ କୁଇଣ୍ଟାଲ ୫୫ କେଜି ମଞ୍ଜୁର କରିଥିବା ବେଳେ ପରେ ଏହାକୁ ୧୪ କୁଇଣ୍ଟାଲ ୪୯ କେଜି କରାଯାଇଛି । ଯାହାକି ବହୁ ବନ୍ୟାକ୍ଳୀଷ୍ଟ ପରିବାର ରିଲିଫ ସମାଗ୍ରୀ ପାଇବାରୁ ବଞ୍ଚିତ ହେଲେ । ପଞ୍ଚାୟତରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହାକୁ ନେଇ ବ୍ଳକ କାର୍ଯ୍ୟାଳୟ ଅଗାରେ ଧାରଣା ଦିଆଯାଇଥିଲା । ବିଧାୟକ ପଦୀପ ମହାରଥୀ ହସ୍ତକ୍ଷେପ କରି ତୁରନ୍ତ ଏହି ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶ୍ୃତି ଦେବା ପରେ ଧାରଣା ଦେଇଥିବା ଲୋକମାନେ ଉଠିଥିଲେ । ଅନ୍ୟ ପକ୍ଷେ ଡେଲାଙ୍ଗର କେତେକ ଲୋକମାନେ କହନ୍ତି ଏମାନଙ୍କୁ ରିଲିଫ ପାଇଁ କରୋନା ଛୁଇଁବ ନାହିଁ । କୋଭିଡ-୧୯ ଆଇନ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚ ମାନଙ୍କୁ ଜିଲାପାଳଙ୍କ କେତେକ କ୍ଷମତା ଦିଆଯାଇଥିଲେ ମଧ୍ୟ ରିଲିଫ ପାଇଁ ସରପଞ୍ଚ ଶ୍ରୀ ପରିଡା ସବୁ କିଛି ଭୁଲିଯାଇଛନ୍ତି । ନିଜ ମୁହଁରେ ମାସ୍କ ନାହିଁ ଧାରଣା ଦେଇଥିବା ମହିଳାପୁରଷଙ୍କ କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା କେହି ମାନିନଥିଲେ । ବନ୍ୟା ଯୋଗୁ ଏମାନଙ୍କୁ ସବୁ ମାଫ ବ୍ଳକ ପ୍ରଶାସନ ଠାରୁ ଜିଲ୍ଲାପ୍ରଶାସନ ମାଫ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି