୩୦୩୨ଜଣଙ୍କର ସ୍ୱାବ ଟେଷ୍ଟ ହେଲା
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦୩୨ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ସେଥି ମଧ୍ୟରୁ ଆଣ୍ଟଜନ ମାଧ୍ୟମରେ ୧୮୭୨ ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ଲଆବରେ ୧୧୬୦ ଜଣଙ୍କର ପରୀକ୍ଷା କରାଯାଇଛି । ୧୨୫ ଜଣ ପଜିଟିଭ ବାହାରିଥିବା ବେଳେ ସେମାନଙ୍କୁ ହୋମ କରେଶ୍ଯାଇନରେ ରହିବା ପାଇଁ କୁହାଯାଇଥିଲା । ଲ୍ୟାବ ଟେକେନସିଆନ ପାର୍ବତୀ ବେହେରା ଓ ଡେଲାଙ୍ଗ ମେଡିକାଲର କର୍ମଚାରୀ ମାନେ ସ୍ୱାବ ଟେଷ୍ଟ କରିବାରେ ସହଯୋଗ କରିଥିଲେ ବୋଲି ବି.ପି. ଏମ ଦିଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି