Breaking News

ସାତଶଙ୍ଖ ସାପ୍ତାହିକ ହାଟରେ କୋଭିଡ-୧୯ ଆଇନକୁ କେହି ମାନୁ ନାହାନ୍ତି ; ସ୍ଥାନୀୟ ପ୍ରଶାସନ ହାତ ଟେକିଦେଲା


 ଡେଲାଙ୍ଗ ------ ପୁରୀ ଜିଲ୍ଲାର ବହୁ ପୁରାତନ ସାପ୍ତାହିକ ହାଟ ହେଉଛି ସାତଶଙ୍ଖ ହାଟ । ପୁରୀ - ଭୁବନେଶ୍ୱର  ୩୧୬ନଂ ଜାତୀୟ ରାଜପଥର ସାତଶଙ୍ଖ ଛକ ନିକଟରେ ପ୍ରତି ମଙ୍ଗଳବାର ଓ ଶନିବାର ହାଟ ହୋଇଥାଏ । ପିପିଲି, ବଳାଙ୍ଗା, ସାକ୍ଷୀଗୋପାଳ, ଡେଲାଙ୍ଗ, ଚନ୍ଦନପୁର, ପୁରୀର ବ୍ୟବସାୟୀ ମାନଙ୍କ ସହିତ ଶହ ଶହ  ସ୍ଥାନୀୟ ଅଞ୍ଚଳର ଖାଉଟି ଏହି ହାଟ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଏହି ହାଟରେ ନିଜ ନିଜ ବିଲରେ କରିଥିବା ପନି ପରିବା ବିକ୍ରୟ କରିଥାନ୍ତି ।  ଏଠାରେ ଏବେ କରୋନା ବିକ୍ରୟ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ  କହନ୍ତି । ହାଟରେ କେହି କୋଭିଡ-୧୯ ଆଇନକୁ ମାନୁ ନାହାନ୍ତି । ହାଟରେ ଥିବା ସ୍ଥାୟୀ ପରିବା ଦେକାନୀ ମାନେ କେହି ଜଣେ ମୁହଁରେ ମାସ୍କ ବ୍ୟବହାର କରିଥିବାର ଦେଖା ଯାଇନଥିଲା । କିମ୍ବା ସାମାଜିକ ଦୂରତ୍ୱ ରକ୍ଷା କରି ନାହାନ୍ତି । ଅନ୍ୟ ପକ୍ଷେ ହାଟ ଠାର ୁ ଅଳ୍ପ ଦୁରରେ ସାତଶଙ୍ଖ ଫାଣ୍ଡି ଥିଲେ ମଧ୍ୟ ଜଣେ ପୋଲିସ ବାବୁଙ୍କର ଦେଖା ନଥିଲା ।  


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts