Breaking News

ସୁଜନପୁର ଗ୍ରାମ ପଞ୍ଚାୟତକୁ ରିଲିଫ ଯୋଗାଣ ପାଇଁ ସରପଞ୍ଚ ବିଡିଓଙ୍କୁ ଦେଲେ ଦାବିପତ୍ର


 ଡେଲାଙ୍ଗ ----- ବନ୍ୟା ପୀଡିତ ପରିବାର ମାନଙ୍କୁ ତୁରନ୍ତ ରିଲିଫ ଦିଅ । ରିଲିଫକୁ ନେଇ ରାଜନିତି କରନାହିଁ ।  ଲୋକ ମାନଙ୍କ ନିଶ୍ୱାସ ପଡିବ ବୋଲି ସୁଜନପୁର ସରପଞ୍ଚ କହନ୍ତି । ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ପଟଣପୁର, ରତନପୁର, ଗୁନୁପୁଟ, ସାତ୍ତିକପୁର, କଅଁଳପଡା ଓ ଜଗଦଳପୁର ଲୁଣା ନଦୀ ବନ୍ୟା ପାଣିରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥିଲା । ଏପରିକି ଅଧିକାଂଶ ଗ୍ରାମ ପାଣି ଘେରରେ ତିନିଦିନରୁ ଚାରିଦିନ ପର୍ଯ୍ୟନ୍ତ ରହିଥିଲେ ।  କେତକ ଗ୍ରାମ ଦାଣ୍ଡରେ ୩ରୁ ୪ ଫୁଟ ଉଚ୍ଚର ପାଣିର ସୁଅ ଚାଲିଥିଲା । କେତକ ପରିବାରଙ୍କ ଘରେ ଚୁଲି ଜଳିନଥିଲା । ଚୁଳିରେ ବନ୍ୟା ପାଣି ପଶିଯାଇଥିଲା ।  ତଥାପି ବ୍ଳକ ପ୍ରଶାସନ ରିଲିଫ ଯୋଗାଇବାରେ ଟାଳଟୁଳ ନୀତି କରୁଥିବା ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ରାଉତରାୟ କହିଛନ୍ତି ।  ସୁଚନାଯୋଗ୍ୟ ଯେ କଣ୍ଟି କାଜରୁ ପାଣି ଗଡିଲେ ଲୁଣା ନଦୀରେ ବନ୍ୟା ପାଣି ପ୍ରବାହିତ ହୋଇଥାଏ । ଯାହା ଫଳରେକି ସୁଜନପୁର ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ପାଣି ଘେରରେ ରହିଥାନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ସରକାରୀ ରିଲିଫ ଯୋଗାଇ ଦିଆଯାଇ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ପ୍ରିୟମ୍ବଦା ରାଉତରାୟ ଲିଖିତ ଭାବେ ଡେଲାଙ୍ଗ ବିଡିଓ କ୍ଷୀରୋଦ୍ର ପ୍ରଧାନଙ୍କୁ ଦେଇଥିଲେ । ଏହା ସହିତ କିଛି ଲୋକମାନେ ବିଡିଓଙ୍କ ସହିତ ରିଲିଫକୁ ନେଇ ଯୁକ୍ତିତର୍କ କରିଥିବା ସମୟରେ ସେଠାରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପହଞ୍ଚିଥିଲେ ।  ବିଧାୟକଙ୍କ ନିର୍ଦ୍ଦେଶରେ ଡେଲାଙ୍ଗପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ବିଡିଓ ଓ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟ ଉକ୍ତ ଗ୍ରାମ ଗୁଡିକ ପରିଦର୍ଶନ କରିଥିଲେ । ଶେଷରେ ପଟଣପୁର, ଗୁନୁପୁଟ, ରତ୍ତନପୁର ଗ୍ରାମକୁ  ରିଲିଫ ଯୋଗାଣ ସହିତ ସରକାରୀ ସ।।ହର୍ଯ୍ୟ ଯୋଗାଇ ଦିଆଯିବ ବୋଲି ଡେଲାଙ୍ଗ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସାହୁ କହିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts