ଫନି ବାତ୍ୟା ପରେ ଗୃହପାଳିତ ପଶୁ ଏବେବି ପଲିଥିିନି ତଳେ
ସାକ୍ଷୀଗୋପାଳ ---- ଫନି ବାତ୍ୟା ଯିବାର ୧୬ ମାସ ପରେ ବି ପଲିଥିନି ତଳେ ରହିଛନ୍ତି ଗୃହ ପାଳିତ ପଶୁ । ଗୁହାଳ ଘର ସରକାର ଯୋଗାଇ ଦେବେ ବୋଲି ଆଶା କରି ଲୋକମାନେ ଗୁହାଳ କରି ନାହାନ୍ତି । କେତେକ ଗୋ ପାଳକ ମାନେ ସେମାନଙ୍କର ଗୁହାଳ ଘର ସହିତ ନିଜର ବାସସ୍ଥାନ ବାତ୍ୟାରେ ମାଟିରେ ମିଶି ଯାଇଛି । ଲୋକମାନେ ନିଜର ବାସସ୍ଥାନ ଠିକ କରିବା ପାଇଁ ୧୬ ମାସ ଚାଲି ଗଲାଣି । ଘର ଭଙ୍ଗା ଏ ପର୍ଯ୍ୟନ୍ତ କେତେକ ପରିବାର ପାଇଲେ ନାହିଁ । ସତ୍ୟବାଦୀ ବ୍ଳକରେ ଫନି ବାତ୍ୟାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଥିଲା ଗୁହାଳ ଘର । ଯାହାକି ଶହ ଶହ ଗୁହାଳ ଘର ମାଟିରେ ମିଶି ଯାଇଛି । ସେ ଦିନର ଭୟରେ କେତେକ ଗାଈ,ବାଛୁରୀ ସେହି ଭଙ୍ଗା ଗୁହଳ ଘରକୁ ଯିବାକୁ ଭୟ କରୁଛନ୍ତି । ଗରିବ ପରିବାର ମାନେ ଆଜି ପର୍ଯ୍ୟନ୍ତ ଗୁହାଳ ଘର ଖଣ୍ଡିଏ କରି ପାରି ନାହାନ୍ତି । ତାଙ୍କୁ ମିଳିଥିବା ପଲିଥିନି ଓ ନଡିଆ ବରଡା ପକାଇ ଗୁହାଳ କରିଛନ୍ତି । ଯାହାକି ଖୋଲା ଆକାଶ ତଳେ ଗାଈ, ଗୋରୁ ରହିଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଭଙ୍ଗା ଅର୍ଥ ପ୍ରଦାନ କରାଯାଇଥିବା ବେଳେ ଏବେ ଅଧ ବାଟରେ ଅଟକିଛି ଗୁହାଳ ଅର୍ଥ । କେଉଁ ପରିସ୍ଥିତିରେ କେଉଁ ମାନଙ୍କୁ ଗହାଳ ଘର ମିଳିବ ତାହା କେହି ସଠିକ ଭାବେ କହି ପାରୁନାହାନ୍ତି । ମାତ୍ର ରାଜ୍ୟ ସରାକରଙ୍କ ପକ୍ଷରୁ ସେ ସମୟରେ ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଗଲାଯେ ଫନି ବାତ୍ୟାରେ ଭାଙ୍ଗିଥିବା ଗୁହାଳ ଘର ତଦନ୍ତ କରିବାସହ ହିତାଧିକାରୀ ମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କର । ଏହା ପରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ପ୍ରାୟ ୧୫ ହଜାର ଗୁହାଳ ଘର ପାଇବା ପାଇଁ ହିତାଧିକାରୀ ମାନେ ଦରଖାସ୍ତ କରିଥିବା ସାକ୍ଷୀଗୋପାଳ ପାଣୀ ଚିକିତ୍ସା ଅଧିକାରୀ ୍ଜ୍ଞାନ ରଞ୍ଜନ ମିଶ୍ରଙ୍କ ଠାରୁ ଜଣାପଡିଛି । ରାଜ୍ୟ ସରକାରଙ୍କଠାରୁ ଏହି ଦରଖାସ୍ତ ଗୁଡିକ କ’ଣ କରାଯିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଧେଶ ଆସିନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯାହା ଫଳରେକି ଗୁହାଳ ଏବେ ନାଲି ଫିତା ତଳେ ଚାପି ହୋଇ ରହିଯାଇଛି ବୋଲି ଗୋପାଳକ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି