ବସ ପଛରେ ମଟର ସାଇକେଲ ପିଟି ହୋଇ ଜଣଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ସାଧୁ ଚରଣ ବେହେରାଙ୍କ ପୁଅ ନୀଳମଣି ବେହେରା(୩୨)ଙ୍କର ମଟର ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଦିହୁଡି ସାହିର ଲିଙ୍ଗରାଜ ପ୍ରଧାନ (୩୧)ବର୍ଷ ଓ ନୀଳମଣି ଏକ ମଟର ସାଇକେଲରେ ସାକ୍ଷୀଗୋପାଳ ଆସିଥିଲେ । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଏକ ବସ ଠିଆ ହୋଇଥିବା ବେଳେ ମଟର ସାଇକେଲଟି ଭାରସାମ୍ୟ ହରାଇ ବସ ପଛରେ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଦୁଇ ଜଣଙ୍କୁ ଉଦ୍ଦାର କରି ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଲିଙ୍ଗରାଜ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଫେରିଥିଲେ । ନୀଳମଣିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ପଠାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ନିଆଯାଇଥିଲା । ମଙ୍ଗଳବାର ଅପରାହ୍ନରେ ନୀଳମଣିର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି