ଟୁଇଟର କରିବା ପରେ ମିଳିଲା ସାହାର୍ଯ୍ୟ
ପୁରୀ ----- ପୁରୀ ମ୍ୟୁନିସିପାଲଟି ଅଧିନ ୩୦ ନଂ ୱାର୍ଡର ନରସିଂହ ବଲ୍ଲଭ ପାଟଣାର ଆର୍ତ୍ତତ୍ରାଣ ମହାନ୍ତି (୨୩) । ୫ ବର୍ଷ ହେବ ଏକ ରୋଗରେ ଶରୀର ସମ୍ପୁର୍ଣ ଅଚଳ ହୋଇ ପଡିଛି । ପରିବାର ପକ୍ଷରୁ ରୋଗ ଭଲ କରିବା ପାଇଁ ଉଦ୍ଦ୍ୟମ ଜାରି କରାଗଲା । ମାତ୍ର ପଇସା ସରିଗଲା ପଛେ ରୋଗ ଭଲ ହେଲା ନାହିଁ । ଅର୍ଥ ଅଭାବରୁ ଚିକିତ୍ସା ନହୋଇ ଘରେ ପଡି ରହିଛନ୍ତି । ଏ ସମ୍ପର୍କରେ ଖବର ପ୍ରସାରିତ ହେବାପରେ ପୁରୀ ବାଲିଘାଟ ଅଞ୍ଚଳର ସତ୍ୟନାରାୟଣ ସାହୁ ଟୁଇଟର ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ଟୁଇଟର ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆର୍ତ୍ତତ୍ରାଣ ମହାନ୍ତିଙ୍କର ଚିକିତ୍ସା ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉକ୍ତ ଯୁବକଙ୍କର ଚିକିତ୍ସା ବ୍ୟବସ୍ଥା କରିବା ସହ ୭୨ ଘଣ୍ଟା ମଧ୍ୟରେ ରିର୍ପୋଟ ଦେବା ପାଇଁ ଟୁଇଟର କରିଥିବା ଜଣାପଡିଛି । ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶ୍ରୀ ସାହୁ ଧନ୍ୟବାଦ ଜଣାଇଛନ୍ତି ।
ପୁରୀରୁ ଧୀରେନ୍ଦ୍ର ସେନାପତି