ଘରକୁ ଘର ବୁଲି କୃମି ନାଶକ ବଟିକା ବିତରଣ କଲେ ଅଙ୍ଗନୱାଡି ଓ ଆଶା କର୍ମୀ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତର ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୃମି ନାଶକ ବଟିକା ବିତରଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଘରକୁ ଘର ବୁଲି ପିଲା ମାନଙ୍କୁ କୃମି ନାଶକ ବଟିକା ଖୁଆଉ ଥିବାର ଜଣାପଡିଛି । କରୋନା ଯୋଗୁ ଏକାଠି ନ ହୋଇ ଘରକୁ ଘର ବୁଲି ଏହି କାର୍ଯ୍ୟକ୍ରମ କରାଯାଉଥିବା ଜଣେ ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି । ପିଲାମାନେ ଔଷଧ ମିଠା ଲାଗୁଥିବାରୁ ଖୁସିରେ ଖାଉଥିବା ଦେଖାଯାଇଛି । ମହିଳା, ପୁରଷ ସ୍ୱାସ୍ଥ୍ୟ କର୍ମୀ ମାନେ କାର୍ଯ୍ୟକ୍ରମକୁ ମନିଟରିଂ କରୁଥିବାର ଦେଖାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି