ଡେଲାଙ୍ଗ ବିଡିଓଙ୍କ ସମେତ ୭ଜଣ କୋରାନା ପଜିଟିଭ ଚିହ୍ନଟ; ଆତଙ୍କିତ ଜନସାଧାରଣ
ଡେଲାଙ୍ଗ ------ ପୁରୀ ଜିଲ୍ଲାରେ ମହାମାରୀ କରୋନା ଏବେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ବ୍ୟାଙ୍କ, ବ୍ଳକ, ଥାନା, ଜଙ୍ଗଲ ବିଭାଗ, କୃଷି, ତହସିଲ, ସ୍ୱାସ୍ଥ୍ୟ, ଅଗ୍ନିଶମ ଆଦି କାର୍ଯ୍ୟାଳୟର କର୍ମଚାରୀ ମାନେ ପଜିଟିଭ ଚିହ୍ନଟ ହେଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଲକରେ ସେହିପରି କରୋନା ମହାମାରୀ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଶୁକ୍ରବାର ସୁଧା ବ୍ଲକରେ ୧୭୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଆଜି ସାତଜଣ କରୋନା ପଜିଟିଭି ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଥମ କରୋନା ଯୋଦ୍ଧା ତଥା ବିଡିଓ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ବିଡିଓ ଡେଲାଙ୍ଗ ସହିତ ପିପିଲି ବ୍ଳକ ଦାୟତ୍ୱରେ ରହିଛନ୍ତି । ବିଡିଓଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ ଓ ରାଜନୈତିକ ନେତା ମାନେ ମିଳା ମିଶା କରିଥିବା ଜଣାପଡିଛି । ଯାହାକୁ ନେଇ ଏବେ ଡେଲାଙ୍ଗରେ କରୋନା ଆତଙ୍କିତ କରିଛି । ସେହିପରି ତହସିଲ କାର୍ଯ୍ୟାଳୟରେ ଜଣେ ହୋଇଥିବା ବେଳେ ଇନ୍ଦିପୁର ରାଜସ୍ୱ ନିରିକ୍ଷକ ଓ ଡେଲାଙ୍ଗ ବନ ବିଭାଗ କାର୍ଯ୍ୟାଳୟର ୨ଜଣ ପଜିଟିିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷେ ଧାନକେରା ପଞ୍ଚାୟତରୁ ଜଣେ ଓ ବେରବୋଇ ପଞ୍ଚାୟତରୁ ଜଣକୁ ମିଶାଇ ମୋଟ ୭ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି । ଡେଲାଙ୍ଗ ବିଡିଓ ଓ ତହସିଲ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ହେବାପରେ ଡେଲାଙ୍ଗ ଅଗ୍ନିଶମ ସେବା କେନ୍ଦ୍ର ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ନେତୃତ୍ୱରେ ଆଗ୍ନିକମାନେ ଡେଲାଙ୍ଗ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରିଛନ୍ତି । କରୋନା ମହାମାରୀ ପ୍ରକୋପରୁ ରକ୍ଷା ପାଇବା ପାଇଁ ସାମାଜିକ ଦୁରତା ବଜାୟ ରଖିବା,ନିୟମ ବ୍ୟବଧାନରେ ହାତ ଧୋଇବା,ମୁହଁରେ ମାକ୍ସ ପିନ୍ଧିବା କୁ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଓ ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ଡେଲାଙ୍ଗ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି । ଡେଲାଙ୍ଗ ଜନସାଧାରଣ କୌଣସି ପ୍ରକାରରେ ଆତଙ୍କିତ ବା ଭୟଭୀତ ନ ହୋଇ ମହାମାରି କେରାନା ସହିତ ଲଢ଼େଇ କରିବା , ବ୍ଳକ ଓ ତହସିଲରେ ନିହାତି କାର୍ଯ୍ୟ ନଥିଲେ ଜନସାଧାରଣ ନ ଯିବା ପାଇଁ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି