ବନ୍ୟାବିପନ୍ନଙ୍କୁ ଫ୍ରିଡମ ଅଏଲ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ
କୁଜଙ୍ଗ --- ରାଜ୍ୟର ଏକ ନମ୍ବର ଭରାଷାଯୋଗ୍ୟ ଖାଇବା ତେଲ ଫ୍ରିଡମତେଲ ତରଫରୁ କୁଜଙ୍ଗ ବ୍ଲକ ଅଧିନ ଜିଲ୍ଲାନାସି, ମହ୍ଲାସାହି ପଞ୍ଚାୟତ ମଧୁପୁର, କୁଜଙ୍ଗ ପଞ୍ଚାୟତର ଭଣ୍ଡୁଆ ଗ୍ରାମରେ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ଶୁଖିଲା ଖାଦ୍ୟ ମଧ୍ୟରେ ଚୁଡା, ଚିନି, ବିଷ୍କୁଟ, ଆଳୁ, ମସାଧୂପ, ମହମବତୀ, ଦିଆସିଲି, ଡାଲି, ଚାଉଳ, ଫ୍ରିଡମ ରିଫାଇନ ଓ ସୋରିଷ ତେଲ ଆଦି ସାମଗ୍ରୀ ରହିଛି । ଏରିଆ ସେଲସ ମ୍ୟାନେଜର ଅମିୟ କୁମାର ଧଳ, ସେଲସ ଅଫିସର ଜିବେନଶ୍ୱେର ବେହେରା, ପ୍ରମୋଦ ଖିଲାର, ସୌରି ରଂଜନ ଆଚାର୍ଯ୍ୟ, ଅଶୋକ କୁମାର ସ୍ୱାଇଁ, ଅରବିନ୍ଦ ସେଠୀ ପ୍ରଭତି ରିଲିଫ ସାମଗ୍ରୀ ବଣ୍ଟନରେ କରିଥିଲେ । ଜିଲାନାସି ସରପଞ୍ଚ ପ୍ରମୋଦ କୁମାର ସ୍ୱାଇଁ, ମହ୍ଲାସାହି ସରପଞ୍ଚ ସୁବାସିନୀ ବେହେରା, ସମିତିସଭ୍ୟା ପ୍ରଭାତି ଦାଶ, କୁଜଙ୍ଗ ସରପଞ୍ଚ ଭାରତ ଭୁଷଣ ନାୟକ ପ୍ରମୁଖ ସହଯୋଗ କରିଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର