Breaking News

ତମ୍ପ ସାପ ଉଦ୍ଦାର

 


ଡେଲାଙ୍ଗ ----- ବନ୍ୟା ପାଣି ଛାଡିବା ପରେ ବିଷାକ୍ତ ସାପ ଏବେ ଘରେ ପଶୁଛନ୍ତି । ଡେଲାଙ୍ଗ ବ୍ଳକ ମୁନିନ୍ଦା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଘରେ ଏକ ବିଷାକ୍ତ ୪ ଫୁଟରୁ ଲମ୍ବାର  ତମ୍ପ ସାପ ସଂଧ୍ୟା ୬ଟାରେ ଘରେ ପଶିଥିଲା । କୌଣସି ଅଘଟଣ ଘଟିବା ଆଗରୁ ପରିବାର ଲୋକମାନେ ସାପ ପଶିଥିବା ଦେଖିଥଲେ । ସଙ୍ଗେ ସଙ୍ଗେ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଥେଣ୍ଟୋଣା ଗ୍ରାମର ସାପ ଧରାଳି ସନ୍ତୋଷ ନାୟକଙ୍କୁ ଖବର ଦେଇଥିଲେ । ଶ୍ରୀ ନାୟକ ଉକ୍ତ ସାପଟିକୁ  ଧରି ପାଖ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ଏହି ଗ୍ରାମ ସାପ ଧରାଳି ମାନେ ଏକ ବାଡି ସାହାର୍ଯ୍ୟରେ ସାପ ଧରିବା ସହ ବହୁ ଲୋକଙ୍କର ଜୀବନ ରକ୍ଷା କରୁଛନ୍ତି । ଏମାନଙ୍କୁ ସାପ ଧରିବା ପାଇଁ ସରକାରଙ୍କ ପକ୍ଷରୁ କିଟ ପ୍ରଦାନ କରିବାକୁ ଜନସାଧାରଣରେ ଦାବି ହେଉଛି ।

  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts