ଜଟଣୀ ଲୁହା ଶଙ୍ଖ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଜଟଣୀ ----ଜଟଣୀ ଲୁହା ଶଙ୍ଖ କେନାଲ ରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବକଙ୍କ ଘର ସ୍ଥାନୀୟ ରାଜା ବଜାର ଅଞ୍ଚଳର ବୋଲି ଜଣାପଡିଛି । ବୟସ ୩୪ ବର୍ଷ ହେବ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ଜଟଣୀ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଛନ୍ତି । ଜଟଣୀ ଥାନା ୩୭/୨୦ ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ମୃତ ଦେହକୁ ପଞ୍ଚନାମା ପାଇଁ ଏମ୍ସ ହସ୍ପିଟାଲ୍ କୁ ପଠାଇଥବା ଜଣାପଡିଛି।
ଜଟଣୀରୁ -ରଙ୍ଗନାଥ ବେହେରା