ଜୋର ଜବରଦସ୍ତ ହୋଲଡିଂ ଟ୍ୟାସ୍କ ଲାଗୁକୁ ନେଇ ଜନ ଅସନ୍ତୋଷ.ବୃଦ୍ଧି ପାଉଛି...
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଏନଏସି ଦୀର୍ଘ ୭ବର୍ଷ ହେବ ୧୨ଟି ୱାର୍ଡକୁ ନେଇ ଗଠିତ। ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ସରକାରୀ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଏନଏସି ଅଞ୍ଚଳବାସୀ ପାନୀୟ ଜଳ ଠୁଁ ଆରମ୍ଭ କରି ଡ୍ରେନେଜ, ଆଲୋକୀ କରଣ,ରାସ୍ତା ଘାଟ ଓ ଅଳିଆ ଆବର୍ଜନା ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ କାର୍ଯ୍ୟ ହେଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏବେ ପୁଣି ବୋଝ ଉପରେ ନଳିତା ବିଡା ସଦୃଶ ଗୋଟେ ପଟେ କରୋନା ମହାମାରୀ ପାଇଁ ଲୋକଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇପଡିଛି। ଲୋକଙ୍କ ମେରୁହାଡ଼ ଭାଙ୍ଗିଯାଇଥିବା ବେଳେ ଏବେ ପୁଣି ଏନଏସିର ହୋଲଡିଂ ଟ୍ୟାସ୍କର ବୋଝ ଅସମ୍ଭାଳ ହୋଇ ପଡିଛି।
ଯାହାକୁ ନେଇ ଆଜି ଅତାବିରା ଏନଏସି କାର୍ଯ୍ୟାଳୟକୁ ଲୋକେ ଘେରାଉ କରି ହୋଲଡିଂ ଟ୍ୟାସ୍କକୁ ସମ୍ପୂର୍ଣ୍ଣ ମାତ୍ରାରେ ଉଚ୍ଛେଦ କରାଯାଉ ବୋଲି ଦାବି କରିବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଅଞ୍ଚଳବାସୀ ତଥା ବିଭିନ୍ନ ରାଜ ନୈତିକ ଦଳର କର୍ମୀମାନେ ଉପସ୍ଥିତ ରହିବା ସହ ଯଦି ଦାବି ପୂରଣ ନହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଆମେ ଏନଏସି କାର୍ଯ୍ୟ ନିର୍ବାହ ଅଧିକାରୀଙ୍କୁ ପଚାରିବାରୁ ଯଥାଶୀଘ୍ର ଏହି ସମସ୍ୟାକୁ ନେଇ ଉପରିସ୍ଥ ଅଧିକାରୀ ମାନଙ୍କୁ ଜଣାଇବୁ ଓ ଲୋକଙ୍କ ସମାଧାନର ବାଟ ବାହାରକରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଖାଯାଉ ଏଥିପ୍ରତି ଏନଏସି ପ୍ରଶାସନର କଣ ପଦକ୍ଷେପ ରହୁଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍...