Breaking News

ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍” ଅଧୀନରେ, ଖୋର୍ଦ୍ଧା ରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ସ ଦ୍ୱାରା ଶାରୀରିକ ଫିଟନେସ୍ କାର୍ଯ୍ୟକ୍ରମ


  ଜଟଣୀ --ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳ ଫିଟନେସକୁ ଉତ୍ସାହିତ କରିବା ଏବଂ ମେଦବହୁଳତା, ଆଳସ୍ୟ ଚାପ, ଚିନ୍ତା, ରୋଗ ଇତ୍ୟାଦିରୁ ମୁକ୍ତି ପାଇଁ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍” ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଇଷ୍ଟକୋଷ୍ଟ ରେଳବାଇ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ମଧ୍ୟ କୋଭିଡ--୧୯ ର ଏହି ମହାମାରୀ ପରିସ୍ଥିତିରେ ଫିଟ୍ ରହିବାର ଆହ୍ୱାନକୁ ଗ୍ରହଣ କରିଛନ୍ତି । ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ଅଧୀନରେ  ଖୋର୍ଦ୍ଧା ରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ ର ସଦସ୍ୟମାନେ ଖୋର୍ଦ୍ଧା ରୋଡ୍ ଏବଂ ଭୁବନେଶ୍ୱରର ସ୍କାଉଟ୍ ଡେନ ଠାରେ ଶାରୀରିକ ସୁସ୍ଥତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।
କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି, ବରିଷ୍ଠ ସଦସ୍ୟ ଯେପରିକି ରୋଭର୍ସ ଏବଂ ରେଞ୍ଜର୍ସଙ୍କ ଦ୍ୱାରା ଶାରୀରିକ ଫିଟନେସ୍ ବ୍ୟାୟାମ କରାଯାଇଥିଲା ।  ଅନ୍ୟ ସଦସ୍ୟମାନେ ଯେପରିକି ସ୍କାଉଟ୍, ଗାଇଡ୍, କବ୍ ଏବଂ ବୁଲବୁଲ୍ ଅନଲାଇନ୍ ମାଧ୍ୟମରେ  ଏହି କାର୍ଯ୍ୟକ୍ରମ ସହିତ  ସଂଯୁକ୍ତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ କମିଶନର ଶ୍ରୀ ରଞ୍ଜିତ କୁମାର ଦାସ, ମୁଖ୍ୟ କାର୍ଯ୍ୟାଳୟ କମିଶନର ଶ୍ରୀ କେ ଏସ ଭାସ୍କର ଏବଂ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ର ଟ୍ରେନିଂ କମିଶନର ଶ୍ରୀ ଵିମଳ ଶଙ୍କର ମିଶ୍ର ଉପସ୍ଥିତ ଥିଲେ । ସେମାନେ ପିଲାମାନଙ୍କୁ  ପ୍ରତିଦିନ ବ୍ୟାୟାମ, ଯୋଗ, ଚାଲିବା, ଦୈ|ଡ଼ିବା ଏବଂ ସାଇକେଲ ଚଲାଇବା ଅଭ୍ୟାସ କରି ନିଜକୁ ଫିଟ୍ ରଖିବାକୁ  ପରାମର୍ଶ ଦେଇଥିଲେ । 
ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts