Breaking News

ଅଜଣା ଗାଡି ଧକ୍କାରେ ଯୁବକଙ୍କର ଗୋଡ, ହାତ ଓ ବେକ ହାଡ ଭାଙ୍ଗିଲା


 ସାକ୍ଷୀଗୋପାଳ ------ ଭୁବନେଶ୍ୱର- ପୁରୀ ୩୧୬ ନଂ ଜାତୀୟ ରାଜପଥର ତୁଳସିଚଉରା ନିକଟ ବାଇପାସ ରସ୍ତାର କ୍ରିଷ୍ଣା ଡାବା ନିକଟରେ ରବିନ୍ଦ୍ର ବେହେରାଙ୍କ  ମଟର ସାଇକେଲ ପଛକୁ ଧକ୍କା ଦେଇ କାର ଫେରାର ହୋଇଯାଇଛି । ଯାହା ପଳରେକି ମଟର ସାଇକେଲ ଆରୋହୀଙ୍କର ଗୋଡ, ହାତ ଓ ବେକହାଡ ଭାଙ୍ଗିବା ସହ ପୁରୀ ମେଡିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି । ଚନ୍ଦନପୁର ଥାନାରେ ଏ ସମ୍ପର୍କରେ ଆହତ ହୋଇଥିବା ଯୁବକଙ୍କ ଭାଇ ରଘୁନାଥ ବେହେରା ଲିଖିତ ଅଭିଯୋଗ କରିଛନ୍ତି । ଡାବା ଓ ବାଇପାସ ରାସ୍ତାରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ନେଇ ତଦନ୍ତ କରିବା ପାଇଁ ଶ୍ରୀ ବେହେରା ନିବେଦନ କରିଛନ୍ତି । ଗରିବ ଅସହାୟ ରବିନ୍ଦ୍ରକୁ ଚିକିତ୍ସା କରିବା ପାଇଁ ଏବେ ଅର୍ଥ ସାଜିଲାଣି ବାଧକ । ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଶ୍ରୀ ବେହେରାଙ୍କ ପରିବାର ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts