ସତ୍ୟବାଦୀ ପ୍ରତି ବିପଦ ଟଳିଲା , ଭାର୍ଗବୀ ନଦୀର ଜଳ ପତନ କମିବା ଆରମ୍ଭ
ସାକ୍ଷୀଗୋପାଳ ---ଲଘୁଚାପ ଜନିତ ବର୍ଷା ଛତିଶଗଡରେ ହେବା ଯୋଗୁ ହିରାକୁଦରେ ଜଳସ୍ତର ବଡିବା ପରେ ଏହାକୁ ନଜର କରି ହିରାକୁଦରୁ ବନ୍ୟା ପାଣି ନିଷ୍କାସନ ପାଇଁ ଗେଟ ଖୋଲାଯାଇଥିଲା । ଯାହା ଫଳରେକି ମହାନଦୀ ଦେଇ ଭାର୍ଗବୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ଅଧିକାଂଶ ସ୍ଥାନରେ ଘଳିଆ ପଡିବା ସହ ସତ୍ୟବାଦୀ ଅଞ୍ଚଳର ପ୍ରତି ବିପଦ ସୃଷ୍ଟି ହୋଇଥିଲା । ବଳଙ୍ଗା, ସତ୍ୟବାଦୀ ଜଳ ସମ୍ପଦ ବିଭାଗ ଅଧୀନରେ ସତ୍ୟବାଦୀ ବ୍ଳକର ପ୍ରାୟ୧୦ ଟି ପଞ୍ଚାୟତ ରହିଛି । ନଦୀରେ ବନ୍ୟା ଜଳ ଚାରିଦିନ ଧରି ରହିବାରୁ ନଦୀବନ୍ଧ ଓଦା ହୋଇ ନୂତନ ଘଳିଆ ସୃ୍ଷ୍ଟି ହେବା ଆରମ୍ଭ କରିଛି । ଅନ୍ୟ ପକ୍ଷେ ନଦୀରୁ ବନ୍ୟା ଜଳ ଘଣ୍ଟାପ୍ରତି ୧ପଏଣ୍ଟ କରି କମୁଥିବା ବଳଙ୍ଗ ଜଳ ସମ୍ପଦ ବିଭାଗର ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲିକଙ୍କ ଠାରୁ ସୁଚନା ମିଳିଛି । ସେହିପରି ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗର ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁ ଓ ବଳଙ୍ଗା ଉପଖଣ୍ଡ ଅଧିକାରୀ କର୍ମଚାରୀଙ୍କ ସହାୟତାରେ ନଦୀର ଉଭୟପାଶ୍ୱର୍ ବନ୍ଧତୀକ୍ଷ୍ମ ନଜର ରଖିଥବା ଜଣାପଡିଛି । ଅନ୍ୟ ପକ୍ଷେ ଭାର୍ଗବୀ ନଦୀରୁ ବନ୍ୟା ଜଳ କମିବା ପରେ ଧନୁଆ ନଦୀରୁ ବନ୍ୟା ଜଳ କେତକୀପାଟଣା ଗ୍ରାମ ଗହିର ଓ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରୁଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ଉକ୍ତ ଗ୍ରାମରେ ବିଡିଓ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ତଳୁଆ ବା ଖାଲ ଅଞ୍ଚଳରେ ଥିବା ପରିବାର ମାନଙ୍କୁ ସର୍ତକ କରାଉଛନ୍ତି । ପାଣି ଆସିବା ଅଗାରୁ ତୁରନ୍ତ ଉଚ୍ଚ ଯାଗାକୁ ପଳାଇ ଆସିବାକୁ କୁହାଯାଉଛି । ଆବଶ୍ୟକ ସ୍ଥଳରେ ବିଦ୍ୟାଳୟ ଓ ରାଜୀବଗାନ୍ଧୀ ବାତ୍ୟା ଆଶୟ ସ୍ଥଳୀକୁ ଅଣାଯିବ ବୋଲି ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି