Breaking News

ଅଳଗୁମ ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

 ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତରେ ମା ଜାଗୁଆଇ ଠାକୁରାଣୀଙ୍କ କାଠି ଯାତ୍ରା ବୁଧବାର ଅନୁଷ୍ଠିତ ହେବ । ଏଥିଯୋଗୁ ସ୍ଥାନୀୟ ସରପଞ୍ଚ କୋଭିଡ-୧୯ ଆଇନ ଅନୁଯାୟୀ ଅଳଗୁମ ଗ୍ରାମ ପଞ୍ଚାୟତକୁ ଗରୁବାର ରାତି ପର୍ଯ୍ୟନ୍ତ ସଟ ଡାଉନ ଜାରି କରିବା ସହ ଜନସାଧାରଣଙ୍କ ସଚେତନତା ପାଇଁ  ଡାକବାଜି ଯନ୍ତ୍ର ଦ୍ୱାରା ଘୋଷଣା କରିଛନ୍ତି । କେବଳ ଠାକୁରଙ୍କ ନୀତି କାନ୍ତି କରାଯିବ । ଆବଶ୍ୟକ ଅନୁଯାୟୀ ସେବକ ମାନେ ସେମାନେ ଉପସ୍ଥିତ ରହି ଠାକୁରଙ୍କ ନୀତି କାନ୍ତି କରିବେ । କୌଣସି ବାହାର ଲୋକଙ୍କୁ ଅଳଗୁମ ଗ୍ରାମ ପଞ୍ଚାୟତକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହି ଆଇନକୁ ଅମାନ୍ୟ କଲେ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts