Breaking News

ଗାଁ ଗାଁରେ ପାଲା ମାଧ୍ୟମରେ କରୋନା ସଚେତନତା

 


 ସାକ୍ଷୀଗୋପାଳ ---- ରାଜ୍ୟରେ ତଥା ପୁରୀ ଜିଲ୍ଲାରେ ମହାମାରୀ କରୋନା କମିବାର ନାଁ ଧରୁନାହିଁ । ଏଥିରୁ ମଧ୍ୟ ସତ୍ୟବାଦୀ ବ୍ଳକ ବାଦ ପଡିନାହିଁ । ପ୍ରତିଦିନ ୨୦ ରୁ ୩୦ ଜଣ କରୋନା ପଜିଟିଭ ଦେଖାଯାଇଛି ।  ଗ୍ରାମ ମାନଙ୍କରେ ଜ୍ୱର, ଥଣ୍ଡା, କାସ, ଛିଙ୍କ, ଗୋଡହାତ ବିନ୍ଧା, ସହିତ ଖାଦ୍ୟର ସ୍ୱାଦ ଜାଣି ପାରୁନାହାନ୍ତି । ଗାଁ କଲ୍ୟାଣ ସମିତି ପକ୍ଷରୁ  ଗୋପାଳପୁର ପାଟଣା, ରଙ୍ଗଣିସାହି, ବାସୁକେରା, ମଠସାହି ଗ୍ରାମ ଦାଣ୍ଡରେ ପାଲା ମାଧ୍ୟମରେ ଗ୍ରାମ ବାସୀ ମାନଙ୍କୁ ସଚେତନତା କରାଯାଇଥିବା ଦେଖାଯାଇଛି ।  ଅଳଗୁମ ଗ୍ରାମର ହାପି ପାଲା ଗ୍ରୁଫୁର ଗାୟକ  ପ୍ରତାପ କୁମାର ପ୍ରଧାନ ଓ ସହଯୋଗୀ ମାନେ  କର୍ଣ୍ଣ ପ୍ରଧାନ, ନବ କିଶୋର ବିଶ୍ୱାଳ, ବିଜୟ ବରାଳ, ପ୍ରକାଶ ବିଶ୍ୱାଳ ଓ ରବି ନାରାୟଣ ବେହାର  ଆବଶ୍ୟକତା ନଥିଲେ ଘରୁ ବାହାରକୁ ବାହରନ୍ତୁ ନାହିଁ । 





କରୋନା ଠାରୁ ଦୂରେଇ ରହିବା ପାଇଁ ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ଲଗାଇବା, ସାମାଜିକ ଦୂରତା ରକ୍ଷା କରିବା, ବାହାରେ ଛେପ ନ ପକାଇବା, ଗ୍ରାମକୁ ସ୍ୱଚ୍ଛତା ରଖିବା, ଗୋଡ ହାତକୁ ଭଲ ଭାବରେ ଧୋଇବା, ନାକ, ଆଖିକୁ ନ ଛୁଇଁବା, କିଛି ସମୟ ବ୍ୟବଧାନରେ ହାତକୁ ସାବୁନୁରେ ଧୋଇବା , ଗର୍ଭବତୀ ମହିଳା, ଛୋଟ ଶିଶୁ, ବୃଦ୍ଧା ବୃଦ୍ଧା ମାନଙ୍କର ସ୍ୱାସ୍ଥ୍ୟ ପ୍ରତିଯନ୍ତ୍ର ନେବା ଆଦି ସମ୍ପର୍କରେ ପାଲା ପରିବେଷଣ କରି ଗ୍ରାମାବସୀଙ୍କୁ କରୋନା ସମ୍ପର୍କରେ ସଚେତନତା କରାଇଥିଲେ ।  ଏହି କାର୍ଯ୍ୟକ୍ରମରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଦୀପ୍ତ କୁମାର ଚମ୍ପତି,  ଅଙ୍ଗନୱାଡି କର୍ମୀ ବିଶ୍ୱଜିତା ଦେବୀ,ସନ୍ଧ୍ୟାରାଣୀ ସାହୁ ,ଲକ୍ଷ୍ମୀମଣି ବେହେରା, ସ୍ୱର୍ଣ୍ଣଲତା ବେହେରା, ସୁଲୋଚନା ବେହେରା, ସହାୟିକା ପ୍ରଭାତି ସାହୁ, ଟିକି , ସୁମିତ୍ରା ଓ ଆଶା ଦିଦି,କୃଷ୍ଣପିୟା ସାହୁ, ସଂଜୁକ୍ତା ବେହେରା ୱାର୍ଡ ସଦସ୍ୟ ବାସୁଦେବ ସାହୁ ଓ ୱାର୍ଡ ସଦସ୍ୟା ଶାନ୍ତିଲତା ଭୋଇ, ମିନା ସାହୁ ଙ୍କ ସହିତ ଗାଁ କଲ୍ୟାଣ ସମିତିର ସଦସ୍ୟସଦସ୍ୟା ନେତ୍ରମଣୀ ସାହୁ, ପ୍ରତାପ ମହାଭେଇ  ମିନା ମହାପାତ୍ର ପ୍ରମୁଖ  ଉପସ୍ଥିତ ରହିଥିଲେ । ସେହିପରି ମହୁରା ଗ୍ରାମ ପଞ୍ଚାୟତର ବାଗଲପୁର ଗ୍ରାମ୍ୟଦେବୀଙ୍କ ପୀଠରେ ପାଲା ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଙ୍ଗନୱାଡି ର୍କମୀ କଳ୍ପନା ଖଟୋଇ, ଆଶା ଦିଦି ଝୁନିମଣି ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପାଲା ଗାୟକ ବେଣୁଧର ସାହୁଙ୍କ ସହିତ  ପ୍ରକାଶ ମାଝୀ, କାଳନ୍ଦୀ ପ୍ରଧାନବାବୁଲି ଦାଶ ଓ ସରୋଜ ଦାଶ ସହଯୋଗୀ ମାନେ କରୋନା ସମ୍ବନ୍ଧୀୟ  ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଗ୍ରାମବାସୀ ମାନେ ମୁହଁରେ ମାସ୍କ ଲଗାଇ ବା ସହ ସାମାଜିକ ଦୂରତା ବଜାୟ ରଖି  ପାଲା ସଂଗୀତ ଶୁଣିଥିଲ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts