Breaking News

ଡେଲାଙ୍ଗରେ ପଜିଟିଭ୍ ସଂଖ୍ୟା ୨୪୩

 ଡେଲାଙ୍ଗ-----ଜିଲ୍ଲା ଓ ବ୍ଳକ ଅଞ୍ଚଳରେ  କରୋନା ମହାମାରୀ  ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଥିବା ବେଳେ ଅନ୍ୟପଟେ ଘରେ ଘରେ  ଥଣ୍ଡା, ଜ୍ୱର. ଖାସ,ଛିଙ୍କ, ଗୋଡହାତ ବିନ୍ଧା ସହିତ ଖାଦ୍ୟର ସ୍ୱାଦ ନ ଜାଣି ପାରିବା ଭୟ ଅଧିକ ବଢାଉଛି ।  ଡେଲାଙ୍ଗ ବ୍ଲକରେ ପ୍ରତ୍ୟକ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢିବାରେ ଚାଲିଛି । ସୋମବାର କରୋନା ପଜିଟିଭ୍ ୪ଜଣ ଚିହ୍ନଟ ହୋଇଛନ୍ତି । ଡେଲାଙ୍ଗ,ପିଢପାଟଣା,ଦେଏପୁର ଶାସନ ସହିତ ତିଗିରିଆରୁ ଜଣେ ଲେଖାଏଁ  ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ସମସ୍ତ ଚିହ୍ନଟକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ହୋମକ୍ୱାରାଣ୍ଟାଇନିରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଡେଲାଙ୍ଗ ବ୍ଲକରେ ସୋମବାର ସୁଧା ଆକ୍ରାନ୍ତସଂଖ୍ୟା ୨୪୩ ରେ ପହଞ୍ଚି ଥବା ନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡା ସୁଚନା ଦେଇଛନ୍ତି  । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts