ବନ୍ୟା ପାଣି ଘେରରେ୧୦ଟି ପଞ୍ଚାୟତ; ୫ହଜାର ୮୩୦ ହେକ୍ଟର ଧାନ ଜମି ବନ୍ୟା ପାଣିରେ , ବନ୍ୟା ବିପନ୍ନ ମାନଙ୍କୁ ଭେଟିଲେ ବିଧାୟକ; ଶ୍ରୀ ମହାରଥୀ
ଡେଲାଙ୍ଗ ------ଡେଲାଙ୍ଗରେ ଦୟା ଓ ଲୁଣା ନଦୀରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ ୭ଟି ପଞ୍ଚାୟତ ଏବେ ପାଣି ଘେରରେ ରହିଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୮ଟି ପଞ୍ଚାୟତର ୯୩ଟି ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ୫ ହଜାର ୮୩୦ ହେକ୍ଟର ଧାନ ଫସଲ ପାଣିରେ ବୁଡି ରହିଥିବା ବ୍ଲକ କୃଷି ଅଧିକାରୀ ନିରଞ୍ଜନ ଦାଶଙ୍କ ଠାରୁ ସୁଚନା ମିଳିଛି । ଆଗକୁ ବନ୍ୟା ପାଣିରେ ଧାନ ଫସଲ ବୁଡିବା ସମ୍ଭାବନାର ଆଶଙ୍କା ରହିଛି ବୋଲି ଡେଲାଙ୍ଗ ସହକାରୀ କୃଷି ଅଧିକାରୀ ରାକେଶ ରାଉତ ଜଣାଇଛନ୍ତି । ବନ୍ୟା ପାଣି ଘେରରେ ଚାଇଁପୁର ପଞ୍ଚାୟତ ରୁ ୧୫୦ ପରିବାର ସ୍କୁଲ ଓ ଆଶ୍ରୟସ୍ଥଳେ ରହୁଥିବା ବେଳେ ଘନିପୁର ପଞ୍ଚାୟତର ତିଗିରିଆ,ବିତିପୁର ଓ ଯୋରକଣି ଗ୍ରାମ ଭିତରେ ବନ୍ୟା ପାଣି ପଶି ବୁଡି ରହିଛି । ଯାତାୟତ ଚଳପ୍ରଚଳ ପୁରା ଠପ ହୋଇଯାଇଛି । ଏପରିକି ଲୋକମାନେ ଛାତ ଉପରେ ପରିବାର ସହ ରହିଥିବାର ଦେଖାଯାଇଥିଲା । ଯାହା କି ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । ଆଜି ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି,ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ , ପିପିଲି ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ ପ୍ରମୂଖ ଡେଲାଙ୍ଗ ବ୍ଲକର କୋଠବାଡ,ମୁନିଦା,କଲ୍ୟାଣପୁର,ଘନିପୁର ପଞ୍ଚାୟତର ବନ୍ୟାଞ୍ଚଳ ବୁଲି ଦେଖିଥିଲେ । ତିଗିରିଆ,ବିତିପୁର ଓ ଯୋରକଣି ଗ୍ରାମର ପାଣି ଘେରରେ ଥିବା ପରିବାର ମାନଙ୍କ ସହିତ ସ୍ଥାନୀୟ ବିଧାୟକ ଭେଟି ସେମାନଙ୍କର ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ରନ୍ଧା ଖାଦ୍ୟ,ଚୁଡା,ଗୁଡ,ଚାଉଳ, କିରୋସିନ , ପଲିଥିନି ଆଦି ଯୋଗାଇ ଦେବାକୁ ବ୍ଲକ ବିଡିଓ ଶ୍ରୀ ପ୍ରଧାନ ଓ ଅଧ୍ୟକ୍ଷ ଶ୍ରୀ ସାହୁଙ୍କୁ ବିଧାୟକ ନିଦ୍ଦେର୍ଶ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ମହାରଥି ଦୟା ନଦୀ ବନ୍ଧ ଉପରେ ଥିବା ପରିବାର ମାନଙ୍କୁ ବିସ୍କୁଟ ବାଣ୍ଟିଥିଲେ । ବିଶେଷ କରି ଏହି ତିନୋଟି ଗ୍ରାମ ବନ୍ୟା ପାଣିରେ ବୁଡି ରହିଥିବାରୁ ଶୈାଚ ପାଇଁ ନାହିଁ ନଥିବା ଅସୁବିଧା ଦର୍ଶାଇ ଡଙ୍ଗା ପାଇଁ ବିଧାୟକଙ୍କ ନିକଟରେ ଦାବୀ କରିଥିଲେ । ସେମାନଙ୍କୁ ଡଙ୍ଗା ଯୋଗାଇ ଦେବାକୁ ଶ୍ରୀ ମହାରଥି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଡେଲାଙ୍ଗ ଧୀରେନ୍ଦ୍ର ସେନନାପତି