ନିରାଡ଼ମ୍ବର ଭାବେ ରକ୍ଷାବନ୍ଧନ ପାଳିତ
ଧରାକୋଟ -----ରକ୍ଷାବନ୍ଧନ ହେଉଛି ଭାଇଭଊଣୀ ର ସ୍ନେହ ସମ୍ପର୍କ ର ପର୍ବ । ଶ୍ରାବଣ ମାସ ଆସିବା ମାତ୍ରେ ସମଗ୍ର ଭାରତ ରେ ରାକ୍ଷୀପୂର୍ଣ୍ଣିମାକୁ ଭାଇ ଭଊଣୀ ମାନେ ଅନାଇ ରହିଥାଆନ୍ତି ।ନିଜର ଭାଇ ନ ଥିଲେ ମଧ୍ୟ ରାକ୍ଷିର ଡୋରୀରେ ଭାଇଭଊଣୀ ର ସ୍ନେହସମ୍ପର୍କ ଯୋଡିବାର ମୌକା ମିଳୁଛି ।ଭଊଣୀ ଭାଇର ଶୁଭ ମନାସି ସ୍ନେହ ର ଡୋରି ଖଣ୍ଡିଏ ବାନ୍ଧିଦେବା ପରେ ଭାଇ ବି ଭଊଣୀ କୁ ଜୀବନ ସାରା ସୁରକ୍ଷା ଦେବାକୁ ସଂକଳ୍ପ ନେଇ କିଛି ଉପହାର ମଧ୍ୟ ଦିଅନ୍ତି । କିନ୍ତୁ ସବୁ ବର୍ଷ ଠାରୁ ଏ ବର୍ଷ ଟିକେ ଅଲଗା ଥିଲା । ମହାମାରୀ କରୋନା ଭାଇ ଭଊଣୀ ଙ୍କ ସ୍ନେହ ଆଗ୍ରହ କୁ ମଳିନ କରିଦେଇଛି ।ଲକଡାଉନ , ସଟ ଡାଉନ ଏବଂ କରୋନା ସଂକ୍ରମଣ ଭୟ ରେ ବାହାରୁ କେହି ଯିବା ଆସିବାକୁ ଇଛାକରୁନାହାନ୍ତି ।ପାଖରେ ଥିବା ଭଊଣୀ ନିଜ ଭାଇଙ୍କୁ ଯେନତେନ ପ୍ରକାରେ ପବିତ୍ର ରାକ୍ଷୀ ର ଡୋରି କୁ ବାନ୍ଧି ଶୁଭ ମନାସିଛନ୍ତି।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର