Breaking News

ଅଭିଯୋଗପରେ ବି ତଦନ୍ତ ଶୁନ୍ : ଅନେକ ଜାଲିଆତି କରି ହାତେଛନ୍ତି ଆବାସ ଗୃହ

କୁଜଙ୍ଗ---କୁଜଙ୍ଗ ବ୍ଲକ୍‌ରେ ଆବାସ ଗୃହ ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଛି ।  ଯୋଗ୍ୟ ହିତାଧିକାରୀ  ତାଲିକାରୁ ବାଦ ହୋଇପଡିଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ପଞ୍ଚାୟତର ଜିଆରଏସ୍‌, ପିଇଓ ଓ ଦଲାଲଙ୍କ ଜରିଆରେ ଆବାସ ଗୃହ ହାତେଇଛନ୍ତି । କୁଜଙ୍ଗ ବ୍ଲକ୍‌ର ୨୮ ପଞ୍ଚାୟତର ୩ ହଜାର ୬ ଶହ ୧୫ ଆବାସ ଗୃହ ପାଇବାର ତାଲିକା ଚୂଡାନ୍ତ କରାଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଯେଉଁମାନଙ୍କର ଚୂଡାନ୍ତ ତାଲିକାରେ ଯୋଗ୍ୟ ହିତାଧିକାରୀ ବୋଲି ଚିହ୍ନଟ କରାଯାଇ କଚ୍ଚା ଘରର ଫଟୋ ଉଠାଯାଇଥିଲା ସେମାନଙ୍କ ନାମ ତାଲିକାରୁ ବାଦ୍ ଗଲା କିପରି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆବାସ ଯୋଜନାରେ ଅନିୟମିତତା ନେଇ ଅନେକ ଅଭିଯୋଗ କରିଥିଲେ ବି ତଦନ୍ତ ଫଳ ଶୁନ୍ ବୋଲି  ଲୋକମାନେ କହନ୍ତି ।  ଏହି ଜାଲିଆତିର ଚେର କେବଳ ପଞ୍ଚାୟତ କାହିଁକି ବ୍ଲକ୍ ପର୍ଯ୍ୟନ୍ତ ଲମ୍ବିଥିବାର ଶୁଣାଯାଉଛି । ଅନେକ ବ୍ୟକ୍ତି ପୂର୍ବରୁ ସରକାରୀ ଯୋଜନାରେ ଗୃହ ପାଇଥିଲେ ବି ବର୍ତ୍ତମାନ ତାଲିକାରେ ସେମାନଙ୍କର ହେଉ ବା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାମ ତାଲିକାରେ ଥିବାର ସାଧାରଣରେ ଅଭିଯୋଗ ହେଉଛି । ସେହିପରି ଅନେକ ଚାକିରିଆ ଓ କୋଠାଘର ଥିଲାବାଲା ଆବାସ ଗୃହ ହାତେଇ ଥିଲା ବେଳେ ବହୁ ଯୋଗ୍ୟ ଗରୀବ ହିତାଧିକାରୀ ଘର ପାଇବାରୁ ବଞ୍ôଚତ ହୋଇଛନ୍ତି ବୋଲି ଅଭିଯୋଗ ମାନ ହେଉଛି ।  ତୁରନ୍ତ ପୁର୍ନବାର  ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୂଡାନ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ଏବଂ ଅସାଧୁ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ  କ୍ରୀଡାବିତ୍ ପ୍ରଶାନ୍ତ ଦାସ ଦାବିକରିଛନ୍ତି । ଏ ସଂପର୍କରେ କୁଜଙ୍ଗ ବିଡିଓ ଅମୀୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ଯେ ମୁଁ ନୂଆକରି କାର୍ଯ୍ୟରେ ଯୋଗ ଦେଇଛି ଚୂଡାନ୍ତ ତାଲିକା ଦେଖିଲା ପରେ ଆବଶ୍ୟକ ପଦକ୍ଷେପ ନେବି । 
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts