ବିଜେଡିର ପୁରୁଖା କର୍ମୀଙ୍କର ମୃତ୍ୟୁ
ସାକ୍ଷୀଗୋପାଳ-------ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘାସିଭବାନିପୁର ଗ୍ରାମର ମହେଶ୍ୱର ଜେନା (୬୩) ହୃଦ ଖାତରେ ମୃତ୍ୟୁ ହୋଇଯାଇଛି । ସେ ଉକ୍ତ ଅଞ୍ଚଳରେ ଜଣେ ବିଜେଡି କର୍ମୀ ଭାବେ ବେଶ ପରିଚିତ ଥିଲେ । ବିଜୁପ୍ରେମୀ ଭାବେ ବେଶ ପରିଚିତ । ଏକ ବର୍ଷ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ । ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ବିଧାୟକଙ୍କ ପ୍ରତିନିଧି ଭାବେ ତଥା ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଶୋକାକୁଳ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ଝିଅ, ନାତି ନାତୁଣୀ ଉପସ୍ଥିତ ରହିଥିଲେ । ଗ୍ରାମ ଶଶ୍ମାନରେ ପୁଅ ମାନସ କୁମାର ଜେନା ମୁଖାଗ୍ନି ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି