ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ମହାବୀରି କଲୋନି ନିଜସ୍ୱ କାର୍ଯ୍ୟାଳୟ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସମ୍ପାଦିକା ବୀଣାପାଣି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ପ୍ରବିତ୍ର ଦିନରେ ସମାଜ ପାଇଁ କିଛି କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । କୋଭିଡ-୧୯ ଆଇନକୁ ମାନି ସାମାଜିକ ଦୂରତା ରକ୍ଷା କରି ବହୁ କମ ସଂଖ୍ୟାର କର୍ମଚାରୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି