ମାଟିତଳୁ ବାହାରିଲା ପିତଳ ନିଳଚକ୍ର; ପୁଜା ପାଠ ଆରମ୍ଭ, ପୋଲିସ ଦ୍ୱାରା ଦୁଇ ଅଟକ ; କୋଭିଡ ଆଇନ ଉଲଙ୍ଗନ
ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମରେ କେତକ ଭଣ୍ଡ ତାନ୍ତ୍ରିକ ଓ ପୂଜାରୀଙ୍କ ଦ୍ୱାରା ଠକାମୀ କରାଯାଇ ମାଟିତଳୁ ପିତଳ ଚକ୍ର ବାହାରିଛି ବୋଲି ଘଟଣା ପ୍ରଘଟ ହେବା ପରେ ସେଠାରେ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ସୁଚନା ଯୋଗ୍ୟ ଯେ ବଳପୁର ଗ୍ରାମର ରବି ନାରାୟଣ ପଣ୍ଡାଙ୍କ ମିଲ ଘର ପଛପଟୁ ଏକ ପିତଳ ଚକ୍ର ରବିବାର ବାହାର କରାଯାଇଛି । ସେଠାରେ ଶତାଧିକ ଲୋକ ରୁଣ୍ଡ ହେବା ସହ ପୂଜା ପାଠ ଆରମ୍ଭ କରି ଦେଇଥିଲେ । କୋଭିଡ-୧୯ ଆଇନକୁ ଭୁକ୍ଷେପ ନ କରି ଶତାଧିକ ଲୋକ ଜମା ହୋଇଥିଲେ । ଶ୍ରୀ ପଣ୍ଡାଙ୍କୁ କୁଆଡେ ସ୍ୱପ୍ନା ଦେଶ ହୋଇଥିଲା ଯେ ତାଙ୍କ ବାଡିପଟ ନିମ୍ବ ଗଛ ମୂଳରେ ସୁଦର୍ଶନ ଚକ୍ର ମାଟିତଳେ ପୋତି ହୋଇ ରହିଛି । ଏହି ଚକ୍ରକୁ ବାହାର କରିବା ପାଇଁ ମଧ୍ୟ ନିର୍ଦ୍ଧେଶ ମଧ୍ୟ ସେ ପାଇଥିଲେ । ଏଥି ଯୋଗୁ ସେ ବିଭିନ୍ନ ପଣ୍ଡିତ, ଶିଳ୍ପୀ, ଜୋତିଷ ମାନଙ୍କ ସହିତ ଶ୍ରୀ ପଣ୍ଡ ଆଲେଚନା କରିଥିଲେ । ଶେଷରେ ରବିବାର ସଂକ୍ରାନ୍ତି ତିଥିରେ ମାଟି ଖୋଳା ଯିବାକୁ ସ୍ଥିର କରି ପୂଜା ପାଠ ଆରମ୍ଭ ହୋଇଥିଲା । ୪ଜଣ ବାହ୍ମଣ ପଣ୍ଡିତଙ୍କ ସହଯୋଗରେ ଉକ୍ତ ସ୍ଥାନରେ ପୂଜା ଅର୍ଚ୍ଚନା କରାଯାଇଥିଲା । ସେଠାରେ ଏକ ପତାକା ବନ୍ଧା ଯିବା ସହ ହୋମ କରାଯାଇଥିଲା । ମାଟି ଖୋଲା ଆରମ୍ଭ ହେବା ପରେ ଦୁଇ ଫୁଟ ମାଟି ତଳୁ ଏକ ଚକ୍ର ବାହାରିଥିଲା । ଦେଖାଣା କାରୀ ମାନେ କହନ୍ତି ଯେ ଉକ୍ତ ଚକ୍ରଟି ପୁରାତନ ପରି ଦିଶୁନାହିଁ । ତାହା ଏବେକାର ଭଳି ଚକଚକ କରୁଛି । ତଣ୍ଡୁଳସାହି, ପଥୁରିଆ ସାହି, ବଳପୁର ଓ ପଣ୍ଡାସାହିର ଚାରି ଦଳ ସଂକୀର୍ତ୍ତନ ମଣ୍ଡଳୀ ସେଠାରେ ସଂକୀର୍ତ୍ତନ କରିବା ସହ ଶତାଧିକ ଲୋକଙ୍କର ଗହଳି ଲାଗି ରହିଥିଲା । ଅନ୍ୟ ପକ୍ଷେ କୋଭିଡ -୧୯ ଆଇନକୁ ଉଲଙ୍ଗନ କରି ଶତାଧିକ ଲୋକମାନେ ରୁଣ୍ଡ ହୋଇ ସାମାଜିକ ଦୂରତା କଥା ଭୁଲି ଯାଇଥିଲେ । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚ ପଣ୍ଡା ସାହିର ବଳିଆ ପଣ୍ଡା ଓ ପଥୁରିଆ ସାହିର କୁନ ମହାରଣାଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଏ ସମ୍ପର୍କରେ ବଳପୁର ସରପଞ୍ଚ ତ୍ରିନାଥ ମହାପାତ୍ର କହନ୍ତି ମୁଁ ରବି ପଣ୍ଡାଙ୍କୁ ମନା କରିଥିଲେ ମଧ୍ୟ ସେମାନେ ମୋ କଥା ଶୁଣିନଥିଲେ । କୋଭିଡ-୧୯ ଆଇନ ନିୟମ ଉଳଙ୍ଗନ କରାଯାଇଛି ବୋଲି କହନ୍ତି । ବାଳକାଟି ଠାରୁ କିଛି ଦୁରରେ ଜଣେ ତାନ୍ତ୍ରିକ ପ୍ରଚ୍ଛଦ ପଟ୍ଟରେ ତାଙ୍କର ଏ ଘଟଣାରେ ହାତ ରହିଛି । ସେ ଫୋନ ମାଧ୍ୟମରେ ପୂଜା ପାଠ କରାଉଥିଲେ ବୋଲି ଜଣେ ପଣ୍ଡିତ କହନ୍ତି । ସମାଜର ଖବର ଦାତା ଖବର ସଂଗ୍ରହ କରିବା ସମୟରେ ଜନୈକ ପଣ୍ଡିତ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି । କାରଣ ଏହି ପଣ୍ଡିତ ମାନଙ୍କର କାରନାମା ସବୁ ପଦାରେ ପଡିଯିବ ବୋଲି ଜାଣି ଏପରି କରିଥିବା ଅନୁମାନ କରାଯାଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି