ସାକ୍ଷୀଗୋପାଳ--- ସତ୍ୟବାଦୀ ପତଞ୍ଜଳି ଯୋଗ ପରିବାର ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ପତାକା ଉତ୍ତୋଳନ କରିଥିଲେ । ଯୋଗ ଗୁରୁ ସୁବାଷ ଚନ୍ଦ୍ର ମିଶ୍ର ପତାକା ଉତ୍ତୋଳନ କରିଥିଲେ । ସାମାଜିକ ଦୁରତା ରକ୍ଷା କରି ଯୋଗ ପରିବାରର ସମସ୍ତ ଭାଇ ଭଉଣୀ ମାନଙ୍କୁ ଶ୍ରୀ ପ୍ରହଲ୍ଲାଦ ୭୪ତମ ସ୍ୱାଧୀନତାର ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଶିକ୍ଷକ ସତ୍ୟବାଦୀ ଦାଶ, ପତଞ୍ଜଳି ଯୋଗ ବାର୍ତ୍ତା ବାହକ ବିଷ୍ଣୁ ପ୍ରସାଦ ମିଶ୍ର, ଅଧିବକ୍ତା ମନୋରଞ୍ଜନ ଦାଶଙ୍କ ସହିତ ପତଞ୍ଜଳି ପରିବାରର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି