Breaking News

ଜଟଣୀ ପ୍ରେସ କ୍ଲବର ୭୪ତମ ସ୍ୱାଧୀନତା ଦିବସ ପାଳିତ


   ଜଟଣୀ ----- ଜଟଣୀ ପ୍ରେସ ଛକ ଠାରେ ଥିବା ପ୍ରେସ ଭବନ ରେ ଆଜି ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ୍ କୁମାର ରାଉତରାୟ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହିତ ପ୍ରେସ ଛକ ଲୋଗୋ ଉନ୍ମୋଚନ  କରିଥିଲେ । ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବଛେରା  ମୁଣ୍ଡିଆ ଠାରେ ଥିବା ୫୨ ଏକର ଜମିରେ ଏକ ପାର୍କ ତା ସହିତ ପ୍ରେସ କ୍ଲବ୍ ନୂତନ ଗୃହ ନିର୍ମାଣ,  ରାସ୍ତା କଡ଼ରେ ଥିବା ବ୍ୟବସାୟୀ ମାନଙ୍କ ପାଇଁ ଗୋରୁ ହାଟ ଠାରେ ସ୍ଥାୟୀ ଦୋକାନ ଗୃହ ବ୍ୟବସ୍ଥା କରିବା ପାଇଁ ବିଧାୟକ ଶ୍ରୀ ରାଉତରାୟ ଘୋଷଣା କରିଥିଲେ ।
ଏହି ଉତ୍ସବରେ ପାଞ୍ଚଜଣ ଖବର କାଗଜ ବିତରକ, ଦଶଜଣ ଅବସର ପ୍ରାପ୍ତ ସୈନିକ ଏବଂ ଜଣେ ଜଟଣୀ ବ୍ଲକର ସର୍ବାଧିକ ନମ୍ବର ରଖିଥିବା ଦଶମଶ୍ରେଣୀ ଛାତ୍ରୀ ଶୁଶ୍ରୀ ପୁଷ୍ପା ରାଣାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଉତ୍ସବରେ ବହୁ ମାନ୍ୟଗଣ ବ୍ୟକ୍ତି ତଥା ସମ୍ମାନିତ ଅତିଥିଭାବେ ନ୍ୟାସନାଲ ନିୟୁଜ ସର୍ଭିସର ଅଧକ୍ଷ ଶ୍ରୀରାମ ଦାଶ, ଜଟଣୀ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, କ୍ୟାପଟେନ ମନ୍ମଥ ରାଉତରାୟ, କଳିଙ୍ଗ ସାହୁ, ଅଶୋକ କୁମାର ମଙ୍ଗରାଜ, ନୌଶର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts