କେନାଲରୁ ନିଖୋଜ ମହିଲାଙ୍କ ଶବ ଉଦ୍ଧାର
ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଜହ୍ନାପଡା ପଞ୍ଚାୟତର ରେଙ୍ଗାଲି କେମ୍ପ କେନାଲ ପଛପଟେ ରହୁଥିବା ଦାଶପଡାର ମଇନା ମେହେର(65) ନାମକ ଏକ ମହିଲା ତିନି ଦିନ ତଳେ କେନାଳକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ।ତାଙ୍କ ସ୍ବାମୀ ବହୁତ ଖୋଜାଖୋଜି କରିଥିଲେ ହେଲେ ତାଙ୍କର ପତ୍ତା ମିଲୁନଥିଲା।ଏ ନେଇ ଭେଡେନ ଥାନାରେ ଏକ ଅଭିଯୋଗ ମଧ୍ଯ ହୋଇଥିଲା।ଆଜି ଅପରାହ୍ନ ସମୟରେ ପତ୍ରାପାଲିରୁ ରେମୁଣ୍ଡା ଶାଖା କେନାଳରେ ଧନଲକ୍ଷ୍ମୀ ରାଇସମିଲ ସମ୍ମୁଖରେ ନିଖୋଜ ମହିଲାଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ।ଶବଟି କେନାଲ କଡକୁ ଲାଗି ରହିଥିବା ଗଛବୁଦାରେ ଅଟକିଯାଇଥିଲା।ଶବଟି ଫୁଲିଯାଇ ଥିବା ଯୋଗୁଁ ଚିହ୍ନିବା ସହଜ ହେଉନଥିଲା। କିନ୍ତୁ ରେମଣ୍ଡା ଅଞ୍ଚଳର ପରିବା ଚାଷୀମାନେ ରେଙ୍ଗାଲିକେମ୍ପ କୁ ପରିବା ବିକ୍ରି କରିବା ପାଇଁ ଆସିଥାନ୍ତି।ଫଳରେ ଏହି ମହିଲାଙ୍କ ନିଖୋଜ ଘଟଣା ବିଷୟରେ ଶୁଣିଥିଲେ।ତେଣୁ ଶବକୁ ଦେଖି ଅନୁମାନ କରିନେଇଥିଲେ ହୁଏତ ଏହା ସେଇ ନିଖୋଜ ମହିଲାଙ୍କ ଶବ ହୋଇଥିବ।ତେଣୁ ସେମାନେ ଭେଡେନ ଥାନାକୁ ଖବର ଦେଇଥିଲେ।ଖବର ପାଇ ଅତାବିରା ପୋଲିସ ଓ ଭେଡେନ ପୋଲିସ ସେଠାରେ ପହଞ୍ଚିଥିଲେ।।ଏହି ଖବର ପାଇ ପରିବାରର ଲୋକେ ଉକ୍ତ ଘଟଣାସ୍ଥଳକୁ ପହଞ୍ଚିଥିବା ଜଣାପଡିଛି।ଘଟଣା ସୂତ୍ରରୁ ଜଣାପଡିଛି ଯେ ମୃତ ମହିଳା ତାଙ୍କ ସ୍ବାମୀଙ୍କ ସହ ବହୁ ବର୍ଷହେଲା ଏହି ଦାଶ ପଡାରେ ରହି ରେଙ୍ଗାଲିକେମ୍ପ ଛକରେ ପନିପରିବା ବିକ୍ରିକରି ଚଲୁଥିଲେ।ଗତ ତିନିବର୍ଷ ହେଲା ତାଙ୍କର ଗୋଟିଏ ଗୋଡ ଫେଲେରିଆ ରେ ଆକ୍ରାନ୍ତ ହୋଇ ଯିବାରୁ ସେ ବହୁତ କଷ୍ଟ ପାଉଥିଲେ।ଏଥିଯୋଗୁଁ ସେ ଆଉ ପରିବା ବିକ୍ରିକରିପାରୁ ନଥିଲେ।ସ୍ବାମୀ ହେମାଲି କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ଦୁଃଖ କଷ୍ଟରେ ଚଲୁଥିଲେ। ଅର୍ଥ ଅଭାବରୁ ଭଲଭାବରେ ତାଙ୍କର ଚିକିତ୍ସା ମଧ୍ଯ ହୋଇପାରୁନଥିଲା।ତାଙ୍କର ଏହି ଶୋଚନୀୟ ଅବସ୍ଥା ଦେଖି କିଛିଦିନ ପୂର୍ବରୁ ସହଜ ସ୍ବେଚ୍ଛାସେବୀ ସଂଘ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ସମସ୍ତ ପ୍ରକାରର ଖାଉଟି ସାମଗ୍ରୀ ଯୋଗାଇଥିଲା।ମଇନା ତାଙ୍କ ଗୋଡ ଯୋଗୁଁ ବହୁତ କଷ୍ଟ ପାଉଥିଲେ।ସେ କେନାଳରେ ଗାଧୋଉଥିବା ବେଲେ ପାଣିର ସୁଅରେ ନିଜକୁ ଆଉ ସମ୍ଭାଲି ନପାରି ଭାସିଯାଇଥିଲେ ବୋଲି ଲୋକେ କହୁଥିବା ଶୁଣାଯାଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....