ପିପିଲି ରେ କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ପିପିଲି--- ପିପିଲି କଂଗ୍ରେସ ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ ପିପିଲି ଇନ୍ଦିରା ମଇଦାନ ଠାରେ ପାଳିତ ହୋଇଯାଇଛି। ପିପିଲି ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧକ୍ଷ ତଥା ପୂର୍ବତନ ବ୍ଲକ ସଭାପତି ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ଅଧକ୍ଷତା ରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସର ରେ ଓଡିଶା ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଯୋଗଦେଈ ସ୍ୱଧିନତା ପାଇଁ ଦଳ ଇଂରେଜ ମାନଙ୍କ ବିରୋଧ ରେ ଲଢୁଥିଲା ଏବେ ଦେଶ କୁ ନାଜିବାଦୀ ଙ୍କ ଠାରୁ ମୁକ୍ତି ପାଇଁ ଲଢେଇ କରୁଛି ବୋଲି କହିବା ସହିତ ପିପିଲି ଡେଲାଙ୍ଗ ର ସାଧାରଣ ଲୋକଙ୍କ ସମସ୍ୟା ପାଇଁ କଂଗ୍ରେସ ଲଢ଼ିବା ସଂଗେ ସଂଗେ ତୃଣମୂଳ ସ୍ତରରୁ ଦଳକୁ ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମ ର ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କିଶାନ କଂଗ୍ରେସ ସଭାପତି ମକର ପ୍ରଧାନ ,ଯୁବନେତା ପ୍ରଦୀପ ବଢ଼େଇ, ଏସ କେ ମେହେବୁବ, ସ୍ୱସ୍ତିକ ମହାନ୍ତି, ମୀର ଅଫଟାଵ ଅଲି, ସୁଦେସ୍ନା ପଣ୍ଡା ଯୋଗ ଦେଇଥିବା ସ୍ଥଳେ ଅଜୟ ବେହେରା, ବିଜୟ ବେହେରା, ମହମଦ ଇନା , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।