ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଜିଲ୍ଲାପାଳ କଲେ ପତାକା ଉତ୍ତୋଳନ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ ଜିଲ୍ଲାରେ ଜର୍ଜ ହାଇସ୍କୁଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣି ଦାଶଙ୍କ ସଂଯୋଜନା କ୍ରମେ ଶିକ୍ଷୟିତ୍ରୀ ମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ।ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ।ଏଥିରେ କରୋନା ମହାମାରୀ କୁ ଆଖି ଆଗରେ ରଖି କୋଭିଡ ନିୟମକୁ ପାଳନ ପୂର୍ବକ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ସହିତ କରୋନା ମୁକାବିଲାରେ ନିୟୋଜିତ ସମସ୍ତ କୋଭିଡ୍ ଯୋଦ୍ଧାଙ୍କୁ ଜିଲ୍ଲାପାଳ ପ୍ରଧାନ ନିଜ ଅଭିଭାଷଣରେ ଉତ୍ସାହିତ କରିବା ସହ ସହିଦ ସ୍ବାଧୀନତା ସଂଗ୍ରାମୀମାନଙ୍କ ନିମନ୍ତେ ସ୍ମୃତିଚାରଣ କରିଥିଲେ।ସେହିପରି ପ୍ଲାଜମା ଦାନ କରିଥିବା କଟାପାଲି ଗ୍ରାମର ଦୁଇ ଜଣଙ୍କୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଏସ୍ପି ପଦ୍ମିନୀ ସାହୁ,ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଓ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....