Breaking News

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ୭୪ତମ‌ ସ୍ଵାଧୀନତା ଦିବସ ପାଳିତ



ଡେଲାଙ୍ଗ--- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ୭୪ତମ‌ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ।  ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ମିଟୁ କିଶୋର ପ୍ରଧାନ,ମଞୁ ଲତା ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ, ଉପସଭାପତି ଶିବାନୀ ପରିଡା ଓ ଅଙ୍ଗନବାଡି କର୍ମୀ ରୋଜାଲିନା ପରିଡା ଯୋଗଦେଇଥିଲେ।   ସ୍ଵାଧୀନତା ଦିବସ ଅବସରରେ ପରିବେଶ ପ୍ରେମି ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ଦ୍ଵାରା ବିଦ୍ୟାଳୟ ପଡ଼ିଆରେ ନଡ଼ିଆ ଗଛ ରୋପଣ କରାଯାଇଛି। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ବିଦ୍ୟାଳୟର ପୁରାତନ ଛାତ୍ର ଜଳନ୍ଧର ମାହୁନ୍ତ,ନିରୋଜ କୁମାର ପରିଡ଼ା ଓ ବିଷ୍ଣୁ ପ୍ରସାଦ ପ୍ରଧାନ ଯୋଗ ଦେଇଥିଲେ।  ଦେଶରେ କରୋନା ଯୋଗୁଁ କୋୖଣସି ଛାତ୍ରଛାତ୍ରୀ  ୭୪ ତମ ସ୍ବାଧିନତା ଦିବସରେ ଭାଗ ନେଇ ନାହାନ୍ତି।   ଏହି ନଡ଼ିଆ ଚାରା ରୋପଣ କରିବା ଲକ୍ଷ୍ୟ ଛାତ୍ର ଛାତ୍ରୀ ମାନେ ମନେ ରଖିବେ ସ୍ବାଧୀନତା ଦିବସ ବୋଲି ଶିକ୍ଷକ ଶ୍ରୀ ପ୍ରଧାନ କହିଛନ୍ତି । 

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts