Breaking News

ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ମଣ୍ଡଳ ର ୭୪ ତମ ସ୍ବାଧୀନତା ଦିବସ ପାଳିତ


ଜଟଣୀ---   ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ର ମଣ୍ଡଳ ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସାମାଜିକ ଦୁରତା ସହକାରେ ଅନୁଷ୍ଠିତ ଏହି ସ୍ୱାଧିନତା ଦିବସ ପାଳନ ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧିକାରୀ ଶଶିକାନ୍ତ ସିଂ ଜାତୀୟପତକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ ।

୭୪ ତମ ଏହି ସ୍ଵାଧିନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ ଡ଼ି ଆର ଏମ ଶ୍ରୀ ଶଶିକାନ୍ତ ସିଂ କହିଥିଲେ ଯେ ଆଜି ଆମେ ଆମ ରାଷ୍ଟ୍ରର ପ୍ରଗତି ଏବଂ ସଂବୃଦ୍ଧି ଓ ଆମ ଦେଶବାସୀଙ୍କ କଲ୍ୟାଣ ପାଇଁ, ଦେଶର ଏକତା ଓ ଅଖଣ୍ଡତା ପାଇଁ ନିଜକୁ ସମର୍ପିତ କରୁଛୁ । 
ଏହି ସମୟରେ ସମଗ୍ର ଦେଶ କୋଭିଡ଼ ୧୯ ମହାମାରୀ ଯୋଗୁଁ ଅତ୍ୟନ୍ତ କଠିନ ପରିସ୍ଥିତିରେ ଗତି କରୁଛି । ଏହି ମହାମାରୀ ସମୟରେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ, ପାର୍ସଲ ସ୍ପେଶାଲ ଏବଂ ପସେଞ୍ଜର ସ୍ପେଶାଲ ଟ୍ରେନ ଚଲାଇ ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ଯାତ୍ରୀ ଓ ଅନ୍ୟ ସାମଗ୍ରୀ ପରିବହନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆମର ଆଗ ଧାଡ଼ିର କର୍ମଚାରୀ ଟି ଟି ଇ, ରେଳ ସୁରକ୍ଷାବଳ,ଡ଼ାକ୍ତର, ନର୍ସ, ଡ଼ାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନେ ନିଜ ଜୀବନ କୁ ଖାତିର ନ'କରି ସେବା ପ୍ରଦାନ କରିଛନ୍ତି । ଆଜି ଏହିମାନେ ଅଧିକ ସଂକ୍ରମୀତ ହେବାର ଆଶଙ୍କା ଦେଖାଦେଇଛି ଏବଂ ମଣ୍ଡଳର କେତକ କର୍ମଚାରୀ ଏହି ମାରାତ୍ମକ ରୋଗରେ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତଥାପି ରେଳବାଇର ଏହି କୋଭିଡ଼ ଯୋଦ୍ଧା ଟ୍ରେନର ସୁଚାରୁ ସଂଚାଳନ, ସୁନିଶ୍ଚିତ କରିବା ସହ ପୂର୍ଣ୍ଣ ମନୋଭାବରେ ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ମୁଁ ସେମାନଙ୍କ ଆଭାର ବ୍ୟକ୍ତ କରୁଛି ବୋଲି ମତବ୍ୟକ୍ତ କରିଥିଲେ ।
ଇଫତେଖାର ଅଲ୍ଲୀ ଜଟଣୀ

Blog Archive

Popular Posts