ପୁଣି ଓଡ଼ଗାଁ ବ୍ଲକ ଅଞ୍ଚଳରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ
ଓଡ଼ଗାଁ/କୁରାଳ - ଓଡ଼ଗାଁ ଅଞ୍ଚଳରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କର ସଂଖ୍ୟା । ଓଡ଼ଗାଁ ଏନ.ଏ. ଓ ୫ ଟି ଗ୍ରାମ ପଞ୍ଚାୟତର ତଥା ୨୦ଗ୍ରାମ କଣ୍ଟେନମେଣ୍ଟ ଏବଂ ୧୮ ଗ୍ରାମ ବଫର ଜୋନ ଘୋଷଣା ହୋଇଥିଲେ ସୁଦ୍ଧା ଗୋଷ୍ଠୀ ସଂକ୍ରମଣକୁ କିଛି ପ୍ରତିହତ କରିବାରେ ପ୍ରଶାସନ ସଫଳ ହୋଇଥିଲେ ସୁଦ୍ଧା ଆକ୍ରାନ୍ତଙ୍କର ସଂଖ୍ୟା ଥମିବାର ନାଁ ନେଉନାହିଁ ।
ଆଜି ପୁଣି ଓଡ଼ଗାଁ ବ୍ଲକ ଅଞ୍ଚଳରୁ ୮ ଜଣ ନୁଆଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉକ୍ତ ୮ ଜଣଙ୍କର ମଧ୍ୟରୁ ସୁନାମୁଁହିଁ ୬,କୁରାଳ ୧ ଏବଂ ଓଡ଼ଗାଁ ୧ ଆକ୍ରାନ୍ତ ବୋଲି ବେସରକାରୀ ସୁୁ୍ରରୁ ଜଣାପଡିଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ