Breaking News

ପ୍ରତ୍ନତତ୍ୱ ବିଭାଗର ଅଧିକାରୀ ମାନଙ୍କର ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ

ସାକ୍ଷୀଗୋପାଳ ---- ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସଂଜିବି କୁମାର ଗୁରୁ ସୁଚରିତା ପଣ୍ଡା ଓ ଇଞ୍ଜିନିୟର ପ୍ରଦୀପ ବେହେରା ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ଉପରେ ଉଠିଥିବା ଗଛ ଓ କେତେକ ଯାଗାରୁ ପାଣି ଗଳୁଥିବା  ଆଦି ସମ୍ପର୍କେ ବୁଲିକି ଦେଖିଥଲେ । ପରେ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପରିସରରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସ୍ୱାଇଁ ଓ ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ କୌଳାସ ମିଶ୍ରଙ୍କ ସହିତ ମନ୍ଦିର ସମ୍ପର୍କରେ ଆଲେଚନା କରିଥିଲେ ।  ଏଠାରୁ ଗଲା ପରେ ଏ ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ସମସ୍ତ ତଥ୍ୟ ଜଣାଇବେ ବୋଲି ଶ୍ରୀ ଗୁରୁ କହିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts